ମୁଖ୍ୟମନ୍ତ୍ରୀ ଓ ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କ ନେତୃତ୍ଵରେ ବିଜେଡିରେ ଯୋଗଦେଲେ ବିଜେପି ଓ କଂଗ୍ରେସ କର୍ମୀ


ଜେ ବି ଏନ, ୨୫/୦୧ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର :ବିଜୁ ଜନତା ଦଳର ବିଚାରଧାରାରେ ଆକୃଷ୍ଟ ହୋଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଚାନ୍ଦିଆ ଏବଂ ଗୋବରଘାଟି ପଞ୍ଚାୟତର ବହୁ ସଂଖ୍ୟାରେ କଂଗ୍ରେସ ଏବଂ ବିଜେପି କର୍ମୀ ବିଜେଡି ଦଳରେ ସାମିଲ ହୋଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ଶାସକ ଦଳର ଲୋକାଭିମୁଖୀ କାର୍ଯ୍ୟ ଓ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଉଙ୍କ ଦୃଢ଼ ନେତୃତ୍ବରେ ପ୍ରଭାବିତ ହୋଇ ଏହି ଦୁଇ ପଞ୍ଚାୟତର ବିଜେପି ଏବଂ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଥିବା କହିଛନ୍ତି। ବିଧାୟକ ଶ୍ରୀ ଘଡ଼ାଇ ଏମାନଙ୍କୁ ନିଜ ଦଳରେ ସାମିଲ କରି ସ୍ୱାଗତ ଅଭିନନ୍ଦନ ଜଣାଇଛନ୍ତି।ଏଥିରେ କଳିଙ୍ଗନଗର ବିସ୍ଥାପନ ବିରୋଧୀ ଜନମଞ୍ଚର ବହୁ ଆଦିବାସୀ ପରିବାର ସଦସ୍ୟ ମଧ୍ୟ ବିଜେଡିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଆଜିର ଏହି ମିଶ୍ରଣ ପର୍ବ ଏକ ଐତିହାସିକ ମିଶ୍ରଣ ପର୍ବ ଭାବେ ବିବେଚିତ ହେବ ବୋଲି ବିଧାୟକ ମତ ଦେଇଛନ୍ତି। ଏଥିଯୋଗୁଁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନ ଅଧିକ ମଜଭୁତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ବିଧାୟକ ଶ୍ରୀ ଘଡାଇ।




