ଶ୍ରୀଯୁକ୍ତ ସଫଦର ହାସିମ ଙ୍କ ନିଆରା ଗଣତନ୍ତ୍ର ଭେଟି

ଜେ ବି ଏନ, ୨୭/୦୧ /୨୦୨୧, (ରିପୋର୍ଟ, ଦିଲ୍ଲୀପ କୁମାର ବେହେରା), କଟକ : ଆଜି ସାରାଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଓଡିଶା କଟକ ସହର ରେ ଦେଖାଯାଇଛି ଭିନ୍ନ ଏକ ଚିତ୍ର! ନିଜକୁ ସମାଜସେବା ରେ ଉତ୍ସର୍ଗୀକୃତ କରିଥିବା ତଥା ସମାଜସେବା ରେ ସାରା ଓଡିଶା ରେ ଗରିବ, ଦୁଖୀ, ଅସହାୟ ଙ୍କ ସେବାରେ ନିଜକୁ ହଜାଇଦେଇଥିବା ବିଶିଷ୍ଟ ସମାଜସେବୀ ତଥା ଜଜବା ହାସିମ ଅବଦୁଲ୍ଲା ଟ୍ରଷ୍ଟ ର ଚେୟାରମ୍ୟାନ ଶ୍ରୀଯୁକ୍ତ ସଫଦର ହାସିମ ଶାହବ ଆଜି ନିଆରା ଢଙ୍ଗ ରେ ପାଳିଛନ୍ତି ଗଣତନ୍ତ୍ର ଦିବସ! ନିଜେ ବଜାର ରୁ ଫଳ କିଣି ଏହାକୁ ଏକ ଠେଲାଗାଡି ରେ ନେଇ ଲୋକଙ୍କୁ ବାଣ୍ଟି ସମାଜ କୁ ଏକ ନୂତନ ବାର୍ତ୍ତା ଦେଇଛନ୍ତି! ଏହାକୁ କଟକ ସହରର ଜନସାଧାରଣ ପ୍ରଶଂସା କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ କିଛିଛୋଟପିଲା ତାଙ୍କୁ ସହଯୋଗ କରୁଥିବା ଦେଖାଯାଇଥିଲା! ଏହି କାର୍ଯ୍ୟକ୍ରମ ରେ ସ୍ବେଛାସେବୀ ସେକ ମୁନତାଜିମ ସହଯୋଗ କରିଥିଲେ l




