ଆଜିଠୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଖରେ ପହଞ୍ଚିବ ‘ ପରୀକ୍ଷା ଦର୍ପଣ ‘
ଭ
ଜେ ବି ଏନ, ୨୭/୦୧/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର : ଆଜି ଉନ୍ମୋଚନ ହେବ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରସ୍ତୁତ ” ପରୀକ୍ଷା ଦର୍ପଣ ” ପୁସ୍ତକ । ‘ ପରୀକ୍ଷା ଦର୍ପଣ ‘ ପୁସ୍ତକର ଉନ୍ମୋଚନ କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ପିଲାଙ୍କୁ ମାଗଣାରେ ‘ ପରୀକ୍ଷା ଦର୍ପଣ ଯୋଗାଇ ଦିଆଯିବ ।
ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ପ୍ରସ୍ତୁତ ହୋଇଛି ପୁସ୍ତକ ‘ ପରୀକ୍ଷା ଦର୍ପଣ । ପରୀକ୍ଷା ପାଇଁ କିପରି ଛାତ୍ରଛାତ୍ରୀ ଭଲଭାବେ ପ୍ରସ୍ତୁତ ହୋଇପାରିବେ ସେଥିପାଇଁ ସରାକରଙ୍କ ପକ୍ଷରୁ ୭ ଶହ ପୃଷ୍ଠାର ପରୀକ୍ଷା ଦର୍ପଣ ନାମରେ ଏକ ଟେଷ୍ଟ ପେପର ପ୍ରସ୍ତୁତ କରିଛନ୍ତି । ମେ ୩ ତାରିଖରେ ହେବ ମାଟ୍ରିକ ପରୀକ୍ଷା । ତେଣୁ ଏହି ପରୀକ୍ଷା ଦର୍ପଣ ଛାତ୍ରଛାତ୍ରୀଙ୍କୁ ଅନେକାଂଶରେ ଆଶ୍ବସ୍ତି ପ୍ରଦାନ କରିଛି ।
ମାଟ୍ରିକ୍ ପରୀକ୍ଷା ପାଇଁ ୩୦ % ସିଲାବସ୍ କମା ଯାଇଛି । ଅନଲାଇନ୍ , ଟିଭି , ରେଡ଼ିଓର ବ୍ୟବସ୍ଥା କରି ମଧ୍ୟ ଛାତ୍ରଛାତ୍ରୀ ଭଲ ଭାବେ ପଢ଼ି ପରିନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ‘ ପରୀକ୍ଷା ଦର୍ପଣ ଟେଷ୍ଟ ପେପର ଛାତ୍ରଛାତ୍ରୀଙ୍କୁ ଦିଆଯିବ । ସମ୍ଭାବ୍ୟ ୭୦୦ ପୃଷ୍ଠାର ବହି ଦେବାକୁ ପ୍ରସ୍ତୁତି କରିଛି ଶିକ୍ଷା ବିଭାଗ । ୭୦୦ ପୃଷ୍ଠା ସମ୍ବଳିତ ଏହି ପୁସ୍ତକଟି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାରେ ସହାୟକ ହେବ ।



