
ବିଶ୍ଵ କୁନ୍ତଳ ଶିଶୁ ଗୃହରେ ବାର୍ଷିକ ଉତ୍ସବ ପାଳିତ
(ଜେ. ବି. ଏନ/ସୁବ୍ରତ କୁମାର) ୨୭/୦୧ /୨୦୨୧ ଢେଙ୍କାନାଳ : ଇସୋ ଅନୁଷ୍ଠାନ ଦ୍ଵାରା ପରିଚାଳିତ ବିଶ୍ଵ କୁନ୍ତଳ ଶିଶୁ ଗୃହ ମହୁଲ ପଡା ଠାରେ ୭୨ ତମ ସାଧାରଣ ତନ୍ତ୍ର ଦିବସ ଓ ବାର୍ଷିକ ଉତ୍ସବ ପାଳନ କରାଯାଇଅଛି। ଅତିଥି ଭାବେ ବଳଦିଆ ବନ୍ଧ ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ଜେନା ପତାକା ଉତ୍ତୋଳନ କରି ନିଜର ଅଭିଭାଷଣରେ ରଖିଥିଲେ ଯେ, ଇସୋ ଅନୁଷ୍ଠାନ ର କାର୍ଯ୍ୟକ୍ରମକୁ ସାଧୁ ବାଦ କରାଇବା ସହିତ ଏହି ପରି କୋମଲ ମତି ଶିଶୁ ମାନଙ୍କ ମୁହଁରେ ହସ ଫୁଟାଇଥିବା ଏବଂ ତାଙ୍କର ସୁରକ୍ଷା ବେକ୍ଷଣା କରିଥିବାର ଆମ୍ ପଞ୍ଚାୟତ ଗର୍ବିତ। ଆମ ପାଖରେ ଆମେ ଗୋଟିଏ ଅଞ୍ଚଳକୁ ଠିକ୍ ଭାବେ ପାଳନ କରିପାରୁନାହୁଁ ।ପିଲାମାନେ ଏଠାରେ ନିଜ ନିଜର ଶୃଙ୍ଖଳା ଜ୍ଞାନ ବଞ୍ଚେଇ ରଖିଥବା ରୁ ଆମେ ଗର୍ବିତ। ଆମ୍ଭେ ମାନେ ଏହାକୁ ଶିକ୍ଷା ଲାଭ କରୁଛୁ। ସାହାଯ୍ୟ କାରୀ ଚାରୀ ଟେବୁଲ ଡସ୍ଟର୍ ସୁନୀଲ ସେନାପତି ଏହାକୁ କହିଥିଲେ। କାର୍ଯ୍ୟକ୍ରମ ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ମଧ୍ୟାହ୍ନ ସମୟରେ ମୁଖ୍ୟ ଅତିଥି ମେମ୍ବର ନିରଞ୍ଜନ ମିଶ୍ର, ଭାନୁମତୀ ପାଣି, ଏୟାରପୋର୍ଟ ର ଅବସର ପ୍ରାପ୍ତ ସଂକର୍ଷଣ ଜେନା, ଆଡଭୋକେଟ ମାନସୀ ମହାପାତ୍ର, ମହିଳା ସୁରକ୍ଷା ପ୍ରକୋଷ୍ଠ ର ଉପଦେଷ୍ଠା ଶାନ୍ତି ମିଶ୍ର, ଏଚ୍. ଆର. ପିସ୍ ର ଅମ୍ରିତା ନନ୍ଦିନୀ ମହାନ୍ତି, ଜଗନ୍ନାଥ ଲେୟାର୍ ର ବିଜୟ କୁମାର ସାହୁ ଯୋଗଦେଇ ସାଧାରଣ ତନ୍ତ୍ର ଦିବସ ପାଳନର ଗୁରୁତ୍ଵ ଏବଂ ଶିଶୁ ମାନେ କିପରି ଭାବେ ନିଜକୁ ସୁ ସଙ୍ଗଠିତ କରି ନିଜର ଦାୟିତ୍ଵ କର୍ତ୍ତବ୍ୟ କରିବା ସହିତ ପାଠ ପଢି ନାଁ ରଖିପାରିବେ। ଏହି ଅନୁଷ୍ଠାନ ସରକାରୀ ସହାୟତା ନ ପାଇ ନିଜର ପରିଶ୍ରମ ବଳରେ ଅତି ସୁନ୍ଦର ଭାବରେ ପିଲା ମାନଙ୍କୁ ଗଢି ତୋଳିଛନ୍ତି। ସେଥିପାଇଁ ଆମେ ଗର୍ବିତ। ସରକାରଙ୍କ ପକ୍ଷରୁ ଏହି କୋମଳମତି ଶିଶୁ ମାନଙ୍କ ପ୍ରତି ସହାୟତା ପ୍ରଦାନ କଲେ ଶିଶୁ ମାନେ ଆହୁରି ଆଗକୁ ଯାଇପାରିବେ। ବୋଲି ଆମେ ଆଶା ରଖିଛୁ। ପରିଶେଷରେ ବିଶ୍ଵ କୁନ୍ତଳ ର୍ ଛାତ୍ର ଛାତ୍ରୀ ମାନେ ସାସ୍କୃତିକ କାର୍ଯ୍ୟକ୍ରମ ଅତି ଉଚ୍ଚ କୋଟି ର ପ୍ରଦର୍ଶନ କରିଥିଲେ। ଏବ୍ଂ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଇସୋ ଅନୁଷ୍ଠାନ ର ସମ୍ପାଦିକା ଶ୍ରୀମତୀ ପୁଷ୍ପାଞ୍ଜଳି ଜେନା କାର୍ଯ୍ୟକ୍ରମରେ ଆଭିମୁଖ୍ୟ ରହିବା ସହିତ ବଦାନ୍ୟ ବ୍ୟକ୍ତି ମାନଙ୍କ ନାମ ଘୋଷାଣ ଅନୁଷ୍ଠାନର ସୁଖ ଦୁଃଖ ଚାଲୁଛି ତାହା ଆଲୋକପାତ କରିଛନ୍ତି। କିରଣ ବାଳ ମହାନ୍ତି, ବାର୍ଷିକ ଉତ୍ସବ ବିବରଣୀ ପଠନ କରିଥିଲେ। ସଇସୋର ସମ୍ପାଦିକା ପୁଷ୍ପାଞ୍ଜଳି ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ମକର୍ତ୍ତା ସର୍ବେଶ୍ଵର ମଲ୍ଲିକ, ଅଶୋକ କୁମାର ବେହେରା, ତାରା ସ୍ଵାଇଁ, ଅର୍ଣ୍ଣପୂର୍ଣ୍ଣ, ସ୍ବର୍ଣ୍ଣଲତା ବେହେରା, ଶୃତି ପ୍ରଜ୍ଞାଂ ଜେନା, ହରି ପ୍ରିୟ ପଣ୍ଡା, ଅନିମା ନାୟକ ସହଯୋଗ କରିଥିଲେ।



