କୋଭିଡ ଟୀକା କରଣ

ଜେ ବି ଏନ, ୨୮/୦୧ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଆରମ୍ଭ ହୋଇଛି କୋଭିଡ ଟୀକା କରଣ। ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ସ୍ଥାନିୟ ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଥମେ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସୁରକ୍ଷା କର୍ମୀ ବିବେକାନନ୍ଦ ସାହୁ କୋଭିଡ ଟୀକା କୁ ନେଇ ଥିଲେ। ପରେ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସମେତ ଅନ୍ୟ ବରିଷ୍ଠ ସ୍ବାସ୍ଥ୍ୟ କେନ୍ଦ୍ର ର କର୍ମୀ ମାନେ ଟିକା ଗ୍ରହଣ କରିଥିଲେ। ଟିକା ନେବା ପରେ ସେମାନଙ୍କୁ ଅପେକ୍ଷା ଗୃହରେ ରଖାଯାଇଥିଲା। ଆଜି ୨୦୦ଜଣ କୁ ଟିକା କରଣ କରାଯାଇଥିଲା। ଏହି ୫ଦିନରେ ମୋଟ ୯୦୦ଜଣଙ୍କୁ ଟିକା କରଣ କରାଯିବ। ଏ ବିଷୟରେ ଯାଜପୁର ଜିଲ୍ଲା ମେଡିକାଲ ଅଫିସର ବା ସିଡିଏମଓ ସୁଧାଂଶୁ ଶେଖର ବଳ ପ୍ରକାଶ କରିଛନ୍ତି।





