କଟକରେ ନକଲି ଘିଅ କାରଖାନା ଠାବ

ଜେ ବି ଏନ, ୩୦/୦୧ /୨୦୨୧, (ରିପୋର୍ଟ, ଭ୍ରମରବର ବେହେରା), କଟକ : କଟକରୁ ପୁଣି ନକଲି ଘିଅ କାରଖାନା ଠାବ । ପୁଲିସ ପାଖକୁ ଅନେକ ଦିନ ଧରି ଅପମିଶ୍ରିତ ଘିଅର ଅଭିଯୋଗ ଆସୁଥିଲା । ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ କଟକର ସିଡିଏ ସେକ୍ଟର – ୯ରେ ଛାନ୍ଭିନ୍ ଆରମ୍ଭ କରିଥିଲା । ଚଢାଉ ସମୟରେ ୨୭ଟି ନକଲି ଘିଅ ଜବତ ହୋଇଛି । ସେହିପରି ଘଟଣାସ୍ଥଳରୁ ମାଲିକଙ୍କ ସମେତ ୨ଜଣ ଅଟକ ରଖି ପଚରାଉଚରା ଜାରି ରଖୁଛି ପୁଲିସ । ରାଜ୍ୟରେ ପୁଲିସ କିଛି ମାସ ହେବ ଅନେକ କାରଖାନରେ ଚଢ଼ାଉ କରି ଅନେକ ନକଲି ସାମଗ୍ରୀ ଜବତ କରିଛି । ପ୍ରଥମେ କଟକ , ଭୁବନେଶ୍ବର , ଯାଜପୁର ଓ ଭଦ୍ରକ ଆଦି ସ୍ଥାନରୁ ନକଲି କାରଖାନା ଠାବ ହୋଇଛି । ଏପରିକି ଉକ୍ତ କାରଖାନାରୁ ବିପୁଳ ପରିମାଣର ନକଲି , ଅପମିଶ୍ରିତ ସାମଗ୍ରୀ ଜବତ ହୋଇଥିବା ବେଳେ ଷ୍ଟିକର ମଧ୍ୟ ସିଜ୍ ହୋଇଛି ।



