ହାତୀ ଆକ୍ରମଣରେ ଜଣେ ନାବାଳକ ଗୁରୁତର

ଜେ ବି ଏନ, ୦୨ /୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରଙ୍କାସିଂଘା ଗତ କାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ନାବାଳକ ଗୁରତର ଆହତ ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ୨୫ରୁ ଉର୍ଦ୍ଧ୍ବ ହାତୀ ରକାସିଂଘା ଗ୍ରାମରେ ପଶିଥିଲେ ଗ୍ରାମର ସତ୍ୟ ବେହେରା ଓ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅଙ୍କ ସହ ଘରେ ସୋଇଥିବା ବେଳେ ହାତୀପଲ ତାଙ୍କ ଘର ଭାଙ୍ଗିଦେଇଥିଲେ।ଯାହା ଫଳରେ ସୋଇଥିବା ଘର କାନ୍ଥ ସତ୍ୟଙ୍କ ପରିବାର ଉପରେ ପଡିଥିଲା।ସତ୍ୟ ବେହେରା ଓ ତାଙ୍କ ସ୍ତ୍ରୀ ସହିତ ପୁଅ ବର୍ତ୍ତି ଯାଇଥିଲେ।ବଡ଼ ପୁଅ ସମରେଶ ବେହେରା (୬)ଙ୍କ ଉପରେ କାନ୍ଥ ପଡିଯାଇଥିଲା। ସତ୍ୟ ପୁଅକୁ କାନ୍ଥ ତଳୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘର ବାହାରକୁ ଆଣିଥିଲେ। ବାହାରେ ହାତୀପଲକୁ ଦେଖି ମେଡ଼ିକାଲ ନେଇ ପାରିନଥିଲେ।ସକାଳେ ହାତୀ ଗାଁ ରୁ ଯିବା ପରେ ସତ୍ୟ ତାଙ୍କ ପୁଅ ସମରେଶ କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।



