ଖେମେଳା ଆବାସ ଦୁର୍ନୀତି ତଦନ୍ତ ଦାବିରେ ଧାରଣା , ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଧରଣରୁ ଉଠିଲେ ଗ୍ରାମବାସୀ



ଜେ ବି ଏନ, ୦୩/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖେମେଳା ପଞ୍ଚାୟତ ରେ ଆବାସ ଯୋଜନାରେ ଦୁର୍ନୀତି ପ୍ରତିବାଦ ରେ ଦୀର୍ଘ ୬ ଦିନ ଅମାରଣ ଅନଶନ ରେ ବସିଥିବା ଶତାଧିକ ଗ୍ରାମବାସୀ ଆଜି ଅନଶନ ରୁ ଉଠିଛନ୍ତି। ଆଜି ପାଲଲହଡ଼ା ଉପଜିଲ୍ଲାପାଳ ଅଜିତ ପ୍ରଧାନ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବି ନାରାୟଣ ମାଝୀ ଆସି ଲୋକମାନଙ୍କ ସହ ଆଲୋଚନା କରିବା ସହ ୧ ସପ୍ତାହ ମଧ୍ୟରେ ଯୋଗ୍ୟ ବ୍ୟକ୍ତି ଙ୍କ ନାମ ପଂଜୀକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଅନଶନ ଭଙ୍ଗ କରିଛନ୍ତି I




