କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା

ଜେ ବି ଏନ, ୨୬-୨୭/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ : ମହାମାରୀ କରୋନାର ବିଭିଷିକାମୟ ପରିବେଶରେ ଉତ୍ସର୍ଗୀକୃତ ସେବା ମନୋଭାବ ନେଇ ସାହସିକତାର ସହ କାର୍ଯ୍ୟକରିଥିବାରୁ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହ ଅବସରରେ ନିମ୍ନୋକ୍ତ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
୧ . Dr ଦୀପକ କୁମାର ଗଡନାୟକ , ବରିଷ୍ଠ ଭେଷଜ ବିଷେଶଜ୍ଞ :
ଡାଃ ଗଡନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ଅନୁଗୋଳରେ ନିଜର ଦାୟିତ୍ୱ ସମ୍ପାଦନ କରିବା ସହ କରୋନା ଆଇସୋଲେସନ ୱାର୍ଡରେ କୋଭିଡ ରୋଗୀ ମାନଙ୍କୁ ନିରନ୍ତର ସେବା ଯୋଗାଇ ଦେଇ ଥିବାରୁ ତାଙ୍କୁ ଜିଲ୍ଲା ପ୍ରଶାସନ ସମ୍ମାନୀତ କରିଛି ।
୨ . ଶ୍ରୀମତୀ ପୁଷ୍ପଲତା ଦ୍ବିବେଦୀ , ଷ୍ଟାଫ ନର୍ସ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ମହାମାରୀ ସମୟରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟରତ ଶ୍ରୀମତୀ ଦ୍ୱିବେଦୀ ରୋଗୀ ମାନଙ୍କ ପ୍ରତି ଉତ୍ସର୍ଗୀକୃତ ସେବା ମନୋଭାବ ନେଇ ଦକ୍ଷତାର ସହ ବିନା ଦ୍ବିଧାରେ ନିଜର ଦାୟିତ୍ବ ନିର୍ବାହ କରିଥିବାରୁ ତାଙ୍କୁ ଜିଲ୍ଲା ପ୍ରଶାସନ ସମ୍ମାନୀତ କରିଛନ୍ତି ।
୩ : ଶ୍ରୀ ମନୁଗୋଚ୍ଛାୟତ , ସଫେଇ କର୍ମଚାରୀ ଶ୍ରୀ ମନୁ ଗୋଚ୍ଛାୟତ ଜଣେ ମୁକ ବଧିର ହୋଇଥିଲେ ମଧ୍ୟ କରୋନାର ବିଭିଷିକାମୟ ପରିସ୍ଥିତିରେ ଦକ୍ଷତାର ସହିତ ନିଜର ଦାୟିତ୍ୱ ନିର୍ବାହ କରିଥିବାରୁ ତାଙ୍କୁ ଜିଲ୍ଲା ପ୍ରଶାସନ ସମ୍ମାନୀତ ୩ – କରିଛନ୍ତି ।
୪ . ଶ୍ରୀ ରଞ୍ଜନ କୁମାର ମହାନ୍ତି , ସହକାରୀ ଜିଲ୍ଲାପାଳ କଲେକ୍ଟୋରେଟ୍ , ଅନୁଗୋଳ କରୋନା ମହାମାରୀର ବିଭିଷିକାମୟ ପରିବେଶ ମଧ୍ୟରେ ନିଜକୁ ହଜାଇ ଦେଇ ଜିଲ୍ଲା ପ୍ରଶାସନର କରୋନା ସମ୍ପର୍କୀତ ପ୍ରତ୍ୟକଟି କାର୍ଯ୍ୟକ୍ରମକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସାଧାରଣତନ୍ତ୍ର ଦିବସ ୨୦୨୧ ଅବସରରେ ଜିଲ୍ଲା ପ୍ରଶାସନ ତ୍ଯକୁ ସମ୍ମାନୀତ କରିଛନ୍ତି ।
୫ : ଶ୍ରୀ ସୌଗତ ଦାସ , ତହସିଲଦାର , ପାଳଲହଡା ।
୬ : ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ , ସବ୍ ଇନିସ୍ପେକ୍ଟର କଲିୟାରୀ ପୋଲିସ ଷ୍ଟେସନ ।
୭ : ଶ୍ରୀ ଜୟଚନ୍ଦ୍ର ସାହୁ , ଆସିଷ୍ଟାଣ୍ଟ ସବ୍ ଇନିସ୍ପେକ୍ଟର ଅନୁଗୋଳ ପୋଲିସ ଷ୍ଟେସନ ।
୮ : ଶ୍ରୀ ବିଷ୍ଣୁ ପ୍ରସାଦ ଉଦୟସିଂ , ଆସିଷ୍ଟାଣ୍ଟ ଡ୍ରାଇଭର , ଜଣେ ନିଃସ୍ୱାର୍ଥପର ଗାଡିଚାଳକ ଭାବେ କରୋନା ଆକ୍ରାନ୍ତମାନଂକୁ ଚିକିତ୍ସାଳୟକୁ ନେବା ଆଣିବା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାରୁ ସାଧାରଣତନ୍ତ୍ର ଦିବସ ୨୦୨୧ ଅବସରରେ ଜିଲ୍ଲା ପ୍ରଶାସନ ତ୍ୟକୁ ସମ୍ମାନୀତ କରିଛନ୍ତି ।



