ନୂଆଁଗଡ଼ ରେ ବି ପି ଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୩୦.୦୧.୨୦୨୧) -: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ଗ୍ରାମ ସ୍ଥିତ ଶ୍ରୀ ହନୁମାନ ମନ୍ଦିର ନିକଟରେ ଥିବା ପଡିଆ ରେ ଏକ ଦିନିକିଆ ବି ପି ଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ନାରାୟଣ ସୁମନ୍ତରାୟ ଯୋଗଦେଇ
ଶୁଭ ଉଦଘାଟନ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ କାଳିଆ ଭୂୟାଁ ଯୋଗ ଦେଇଥିଲେ । ଏଥିରେ ଗୌତମ ବେହେରା, ସଙ୍କର ପ୍ରଧାନ, ସାଗର ସୁମନ୍ତରାୟ, ଅଶୋକ ସେଠୀ, ପୀତବାସ ବେହେରା, ସନ୍ତୋଷ ପ୍ରଧାନ, କୈଳାସ ପ୍ରଧାନ, ମିଥୁନ ଜେନା, ଲିପୁନ ଜେନା, କ୍ରିଷ୍ଣା ବାଡତ୍ୟା, ସୁନୀଲ ପ୍ରଧାନ, ଅବକାଶ ମହାରଣା, ପ୍ରେମା ଭୂୟାଁ, ଆଦର୍ଶ ସାହୁ, କାହ୍ନl ପ୍ରଧାନ, ଶ୍ରୀକାନ୍ତ ଭୂୟାଁ, ସନ୍ତୋଷ ଜେନା, ସାଗର ବିଶ୍ଵାଳ, ପ୍ରଶାନ୍ତ ପ୍ରଧାନ, ମନୋଜ ସ୍ଵାଇଁ ସମେତ ଅନ୍ୟାନ୍ୟ କ୍ରୀଡ଼ାବିତ୍ ମାନେ ଉପସ୍ଥିତ ରହିବା ସହ ଖେଳରେ ଅଂଶ ଗ୍ରହଣ କରିଥିଲେ ।




