ଭାରତୀୟ ଜନତା ପାର୍ଟି ର ସମର୍ଥୀତ ସରପଞ୍ଚ ପ୍ରାର୍ଥୀନୀ ବିଜୟୀ

ଜେ ବି ଏନ, ୧୩/୦୨/୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ବ୍ଲକ ଅନ୍ତର୍ଗତ ଛେଳିଆପଡା ପଞ୍ଚାୟତରେ ଗତ ୧୧ ତାରିଖରେ ହୋଇଥିଲା ଉପନିର୍ବାଚନ ।ବେଶ୍ ଶାନ୍ତି ଶୃଙ୍ଖଳା ଭାବେ ସମାପନ୍ ହୋଇଥିଲା ଲୋକେ ନିଜର ନେତାକୁ ବାଛି ଭୋଟ୍ ବାକ୍ସରେ ଭୋଟ୍ ଦେଇ ନିଜର ମତ ପ୍ରକାଶ କରିଥିଲେ । ଏହି ମତ ଦାନ ସକାଳ ୭ଟା ରୁ ଆରମ୍ଭ ହୋଇ ଦିନ ୧୨ ଟା ରେ ବନ୍ଦ୍ କରାଯାଇଥିଲେ ମଧ୍ୟ ଭୋଟ୍ ଗଣନ୍ତି ସେଦିନ ନହୋଇ ଶୁକ୍ରବାର କୁ ରଖା ଯାଇଥିଲା । ଏଠି ତିନିଜଣଙ୍କ ମଧ୍ୟରେ ଜୋର ଦାର୍ ଟକ୍କର ରହିଥିଲା ଯାହା ପ୍ରଚାରରୁ ଜଣାପଡିଥିଲା କିନ୍ତୁ ଆଜି ତାର ଅନ୍ତ ଘଟିଛି, ସୂର୍ଯ୍ୟ ଚିହ୍ନ ରେ ୩୩ ଟି ଭୋଟ୍ ପାଇଥିଲା ବେଳେ, ଖୋଲା ବହି ଚିହ୍ନ ୧୨୭୬ ଭୋଟ୍ ଏବଂ ମାଛ ଚିହ୍ନ ଖୋଲା ବହି ଠାରୁ ୧୨୮ ଟି ଭୋଟ୍ ଅଧିକ ରଖି ତଥା ୧୪୦୪ ଭୋଟ୍ ପାଇ ଛେଳିଆପଡା ପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି । ଭାରତୀୟ ଜନତା ପାର୍ଟି ର ସମର୍ଥୀତ ପ୍ରାର୍ଥୀନୀ ହୋଇ ଥିବାରୁ ବ୍ଳକ ଅଫିସ୍ ଠାରେ ଦଳିୟ କର୍ମୀ ଙ୍କ ଭିଡ ଦେଖିବାକୁ ମିଳିଥିଲା ପରେ ନିଜ ପଞ୍ଚାୟତ ରେ ସାହି ସାହି ବୁଲି ବାଜା ସହିତ ବାଣ ଫୁଟାଇ ସମସ୍ତେ ଖୁସି ମନାଇଥିଲେ। କିନ୍ତୁ ମାଛ ଚିହ୍ନ ରେ ଲୋକେ ଜିତେଇ ଥିବା ଝରଣା ମହାଳିକା ପଞ୍ଚାୟତ ର ଲୋକମାନଙ୍କ କାର୍ଯ୍ୟ କୁ କିଭଳି ତୁଲାଇବେ ତାହା ଆଗାମି ଦିନରେ ଦେଖିବାକୁ ବାକିରହିଲା।



