ଦ୍ଵାଦଶ ଦିବସ ଉପଲକ୍ଷେ ସ୍ଥାନୀୟ ଅଭିନନ୍ଦନ ଗାର୍ଡ଼େନ୍ ଠାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ
ଜେ. ବି. ଏନ୍ (୧୩/୦୨ /୨୦୨୧, ରିପୋର୍ଟ, ସୁଶାନ୍ତ କୁମାର ସାମଲ ), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ବିଖ୍ୟାତ ବରା ପରିଚାଳକ ସଦାଶିବ ସାହୁଙ୍କ ପରଲୋକ କ୍ରିୟାର ଦ୍ଵାଦଶ ଦିବସ ଉପଲକ୍ଷେ (ଢେଙ୍କାନାଳ) ସ୍ଥାନୀୟ ଅଭିନନ୍ଦନ ଗାର୍ଡ଼େନ୍ ଠାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଦେଓ ଘର (ବିହାର) ସତସଙ୍ଗ ଆଶ୍ରମର ଓ ଭୁବନେଶ୍ବର ଏବଂ ଢେଙ୍କାନାଳ ଜିଲ୍ଲା ର ବହୁ ସତସଙ୍ଗି ଯୋଗଦାନ କରିଥିଲେ। ବହୁ ସଂଖ୍ୟାରେ ଗୁରୁ ଭାଇ ଓ ଗୁରୁମା ଯୋଗଦାନ କରି ଅମର ଆତ୍ମାର ସଦ୍ ଗତି ପାଇଁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ନିକଟରେ ପ୍ରାର୍ଥନା ଓ ସତସଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା। ତାଙ୍କ ପୁତ୍ର ଶିବାନନ୍ଦ ସାହୁ ଓ ପରିବାର ସହଯୋଗରେ ଆଜି ଏକ ସ୍ଵତନ୍ତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି।



