କଂଗ୍ରେସର ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଜେ ବି ଏନ, ୧୪/୦୨ /୨୦୨୧, ଭୁବନେଶ୍ବର : ଆସନ୍ତାକାଲି ସୋମବାର ଓଡ଼ିଶା ବନ୍ଦ ଡାକରା ଦେଇଛି ଓଡିଶା ପ୍ରଦେଶ କଂଗ୍ରେସ l ସୂଚୀ ମୁତାବକ ସକାଳ ୭ଟାରୁ ଦିନ ଗୋଟାଏ ଯାଏ ୬ ଘଣ୍ଟା ଯାଏ ବନ୍ଦ ବଳବତ୍ତର ରହିବାର ସୂଚନା ଦେଇଛି କଂଗ୍ରେସ । ତେବେ ଆସନ୍ତାକାଲିର ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆହ୍ବାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ l ଏହି ସମୟରେ ଆମ୍ବୁଲାନ୍ସ , ଜରୁରୀ ସେବା ପାଇଁ ନିୟୋଜିତ ଥିବା ଯାନବାହାନ , ଔଷଧ ଦୋକାନ , ଅତ୍ୟାବଶ୍ୟକ ସେବାରେ ଥିବା ଗାଡ଼ିକୁ ଅଟକାଇବ ନାହିଁ କଂଗ୍ରେସ ବୋଲି ସୁଚନା ଦେଇଛନ୍ତି l


