କଣ୍ଢାଳ ଠାରେ ମା ତାରିଣୀ ମନ୍ଦିର ପ୍ରତିଷ୍ଠା ଦିବସରେ ପ୍ରଥମ ଦିନର କଳସ ଯାତ୍ରା ସହ ପ୍ରସାଦ ସେବନ

ଜେ.ବି.ଏନ୍, ରିପୋର୍ଟ୍ ସୌମ୍ୟରଞଜନ ଶତପଥୀ, ତାଳଚେର: ୧୫/୦୨/୨୦୨୧, -ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଢାଳ ଗ୍ରାମ ନିକଟସ୍ଥ ମା ତାରିଣୀଙ୍କ ନୂତନ ମନ୍ଦିର ର ପ୍ରତିଷ୍ଠା ୩ଦିନ ଧରି ମହୋତ୍ସବ ପାଳନ କରାଯାଇଅଛି।ଏହି ଅବସରରେ ଆଜି ପ୍ରଥମ ଦିନରେ ପ୍ରାତଃ ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତାଙ୍କ ସମେତ ମନ୍ଦିର ପରିଚାଳନା କମିଟି ର ସଭାପତି ଶିବନାଥ ନନ୍ଦ, ସମ୍ପାଦକ ଲୋକନାଥ ପ୍ରଧାନ ଏବଂ ମା ତାରିଣୀ ମନ୍ଦିର ଯଜ୍ଞ ବେଦିର କର୍ତ୍ତା ଗିରିଜା ଶଙ୍କର ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ସ୍ବର୍ଣ୍ଣମୟୀ ମିଶ୍ର ଙ୍କ ଦ୍ୱାରା କଣ୍ଢାଳ ଶିବ ମନ୍ଦିର ନିକଟରୁ କଳସ ଶୋଭାଯାତ୍ରା ବାହାରି ମା ତାରିଣୀ ମନ୍ଦିର ପରିସରରେ ପରିକ୍ରମା କରିବା ପରେ ସମସ୍ତ ଗ୍ରାମବାସୀ ଙ୍କ ସହ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ। ଏହି ମହୋତ୍ସବ ୩ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଥମ ଦିନରେ ୨ ହଜାର ରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।




