ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ

ଜେ ବି ଏନ, ୧୫/୦୨ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ଭୁବନେଶ୍ବର/କେନ୍ଦ୍ରାପଡା-ସୋମବାର ତୈଳ ଦର ବୃଦ୍ଧି ପ୍ରତିବାଦ ଓ ତିନୋଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡା ବ୍ଲକ ଚାନ୍ଦୋଳ ବଜାର ଠାରେ
କଂଗ୍ରେସ ବ୍ଲକ ସଭାପତି ରମେଶ ଚନ୍ଦ୍ର ତ୍ରିପାଠୀ ଏବଂ ରାଜ୍ୟ ସମିତି ସଙ୍ଘ ସଭାପତିଙ୍କ ନେତ୍ରତ୍ୱରେ କଂଗ୍ରେସ କାର୍ମୀମାନେ ରାସ୍ତା ଅବରୋଧ କରିଥିଲେ।ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିବା ବେଳେ ରାସ୍ତାରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା।
ବହୁ ଅଫିସ, ଶିକ୍ଷାନୁଷ୍ଠାନ, ବାଣିଜ୍ୟ ପ୍ରତିଷ୍ଠାନ ଆଦି ବନ୍ଦ ରହିଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ସୁଖଦାନନ୍ଦ ପ୍ରଧାନ, କୈଳାସ କର, ମାନସ ମଲ୍ଲ, ରଶ୍ମିତା ମହାନ୍ତି, ରାଜକିଶୋର ଜେନା, ପ୍ରଦୀପ୍ତ ରାଉତ, ଛାତ୍ର ନେତା ସୁବାଶିଷ ମହାନ୍ତି, ନୃସିଂହ ଚରଣ ମିଶ୍ର ଏବଂ ଗୋଲେଖ ଚନ୍ଦ୍ର ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ।



