ଜଗତସିଂହପୁର ଜ଼ିଲ୍ଲା ରେ ସଡ଼କ ସୁରକ୍ଷା ସଚେତନତା ମୋଟର ସାଇକେଲ ରାଲି ଉଦଯାପିତ

ଜେ ବି ଏନ, ୧୭/୦୨ /୨୦୨୧, (ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲାପରିବହନ କାର୍ଯ୍ୟାଳୟ ଓ ଜ଼ିଲ୍ଲା ପ୍ରଶାସନ ର ମିଳିତ ସହଯୋଗ ରେ ଏକ ମାସ ଧରି ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଯାଇଛି !ଏହି ଉପଲକ୍ଷେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରୁ ଶତାଧିକ ପୋଲିସ କର୍ମଚାରୀମାନଙ୍କ ଦ୍ଵାରା ଏକ ମୋଟର ସାଇକେଲ ରାଲି ର ଆୟୋଜନ କରାଯାଇଥିଲା ! ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର, R.T.O. ପ୍ରକାଶ କିଶୋର ପଣ୍ଡା, IIC.ରଜନୀକାନ୍ତ ମିଶ୍ର, ପ୍ରମୁଖ ମୋଟର ସାଇକେଲ ସଚେତନତା ରାଲି କୁ ଉଦଯାପିତ କରିଥିଲେ ! ମୋଟର ସାଇକେଲ ଶୋଭାଯାତ୍ରା ବଜ଼ାର କରି ସଡ଼କ ସୁରକ୍ଷା ସଚେତନତା ବାର୍ତା ସମ୍ପର୍କ ରେ ଜନସଚେତନତା ଶୃଷ୍ଟି କରିଥିଲା !



