
ସହିଦ ଅମର ଯବାନଙ୍କୁ ଅସମ୍ମାନ : ଢେଙ୍କାନାଳ
ଜେ ବି ଏନ (୧୭/୦୨/୨୦୨୧) ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବସ ଷ୍ଟାଣ୍ଡ ରେ ସହିଦ ଙ୍କ ସମ୍ମାନାର୍ଥେ ଜିଲ୍ଲା ର ଗର୍ବ ଗୌରବ ପାଇଁ ବନା ହୋଇଛି ସହିଦ ସ୍ତମ୍ଭ। ଏହାର ନିର୍ମାଣ ୨୦୦୧ ମସିହାରେ ହୋଇଛି। ଗତ କିଛିଦିନ ହେବ ଏହି ସହିଦ ସ୍ତମ୍ଭ ଭାଙ୍ଗିବାରେ ବସିଛି।

ଏହି ସ୍ତମ୍ବରେ ବେପାରୀ ଙ୍କ ଜିନିଷ ର ଫଳକ ଲଗାଇ ନିଜର ନାମ ବଢାଇ ପାରୁଛନ୍ତି କିନ୍ତୁ ସହିଦ ଙ୍କ ସ୍ତମ୍ବ ନିର୍ମାଣ ହୋଇପାରୁନାହିଁ। ଏହି ସହିଦ ସ୍ତମ୍ଭ ଜିଲ୍ଲା ର ମୁଖ୍ୟ ସ୍ତାନ ରେ ଅଛି ଯଥା ଚତୁଃପାର୍ଶ୍ୱରେ ଜିଲ୍ଲା ପ୍ରଶାସନ ସମସ୍ତ ପଦାଧିକାରୀ ଙ୍କ ଅଫିସ କାହାର ନଜରରେ ନ ଆସିବା ବଡ ଦୁଃଖର କଥା।



