ସଡକ ସୁରକ୍ଷା ମାସ ଉତ୍ସବ ଉଦଯାପିତ

ଜେ ବି ଏନ, ୧୭/୦୨ /୨୦୨୧, (ରିପୋର୍ଟ, ବିନୋଦ କୁମାର ନାୟକ, ଶୁଭମ ପାଣି), ଢେଙ୍କାନାଳ : ମହାବୀର ବଜାର ସ୍ଥିତ ଟ୍ରାଫିକ୍ ପୋଷ୍ଟ ସମ୍ମୁଖରେ ଟାଇକୋଣ୍ଡୋ ଓ ଯୋଗ ମିସନ୍ ଓଡିଶା ତରଫରୁ ଜାନୁଆରୀ ୧୮ ତାରିଖ ରୁ ଆରମ୍ଭ ହୋଇ ଫେବ୍ରୁୟାରୀ ୧୭ ତାରିଖ ରେ ଉଦଯାପନ ହୋଇଛି। ଏହି ଉତ୍ସବରେ ଛାତ୍ର ଛାତ୍ରୀ ମାନେ ଜନ୍ ସାଧାରଣଙ୍କୁ ଗୋଲାପ ଫୁଲ ଓ ଚକଲେଟ ଦେଇ ଟ୍ରାଫିକ୍ ସଚେତନ ବାର୍ତ୍ତା ଦେଇଅଛନ୍ତି। ଢେଙ୍କାନାଳ ଓ ଟାଉନ୍ ଅଧିକାରୀ ବିଚିତ୍ରା ନନ୍ଦ କର ସଡକ ସୁରକ୍ଷା ଓ ଟ୍ରାଫିକ୍ ନିୟମ ମାନିବା ପାଇଁ ବିଭିନ୍ନ୍ ପ୍ରକାର ଯୋଜନା ଓ ସତର୍କତା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା। ସମାଜସେବୀ ବିଜ୍ଞାନ ମହାନ୍ତି, ଚକୁଳିଆ ପଣ୍ଡା ଅଭିନୟ ରେ ଜନ୍ ସଚେତନତା ଓ ଜୀବନ ସୁରକ୍ଷା ବାର୍ତ୍ତା ଦେଇଥିଲେ।






