ଶ୍ରଦ୍ଧା ର ପ୍ରଥମ ଜନ୍ମବାର୍ଷିକ ଉପଲକ୍ଷେ ଲଚ୍ଛିପୁର ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

ଜେ ବି ଏନ, ବ୍ରହ୍ମପୁର (୧୭.୦୨.୨୦୨୧, ରିପୋର୍ଟ, ଟୁକୁନା ପ୍ରଧାନ, ) -: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାନ ଉସ୍ତାପଡା ପଞ୍ଚାୟତ ର ଲଚ୍ଛିପୁର ଗ୍ରାମରେ ଶ୍ରଦ୍ଧା ର ପ୍ରଥମ ଜନ୍ମବାର୍ଷିକ ଉପଲକ୍ଷେ ଶ୍ରଦ୍ଧା ର ପିତା ମାତା ବନବାସ ପୋଲାଇ, ପ୍ରଭାସିନୀ ପୋଲାଇ, ପରିବାର ବର୍ଗ ଏବଂ ସମ୍ବାଦ ଆମ ଓଡିଶା କୋଦଳା, ବ୍ଳଡ଼ ଆର୍ମି ଗଞ୍ଜାମ ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୪୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଯାଇଛି । ଏହି ଶିବିରକୁ କାଳିମେଘି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଶିବରାମ ପଣ୍ଡା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ ଅତିଥି ଭାବେ ଯଜ୍ଞ ପ୍ରସାଦ ପଣ୍ଡା, ହରିହର ପଣ୍ଡା, ଛଇଲ ପୋଲାଇ , ପ୍ରଦୀପ ମହାରଣା, ଶିବରାମ ପୋଲାଇ, ଗଣପତି ସାହୁ, ଗୌର ହରି ପୋଲାଇ, ଅମିତ୍ ପଟ୍ଟନାୟକ, ଡା. ଏନ୍ ସନ୍ତୋଷ କୁମାର ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାର ପକ୍ଷରୁ ସୁଶାନ୍ତ କୁମାର ପାଣିଗ୍ରାହୀ, ହରିକୃଷ୍ନ ସାହୁ, ଟୁଲୁ ପଣ୍ଡା, ନାଗଭୂଷଣ ସମେତ ଅନ୍ୟମାନେ ରକ୍ତ ସଂଗ୍ରହ କରିଥିଲେ ।ଏଥିରେ ରାଧାଶ୍ୟାମ ଗୌଡ, ଜୀତେନ୍ଦ୍ର ବେହେରା, ରୋହିତ ଜେନା, ଅଜିତ ବିଶୋୟୀ, ସୁନୀଲ ସ୍ଵାଇଁ, ରବିନ୍ଦ୍ର ଗୌଡ, ସନ୍ତୋଷ ପୋଲାଇ, ପୀତବାସ ପୋଲାଇ, ସମୀର ପୋଲାଇ, ଅକ୍ଷୟ ପୋଲାଇ, ରବିନ୍ଦ୍ର ପୋଲାଇ, ସୁନୀଲ ଭୂୟାଁ, ନାରାୟଣ ଗୌଡ, ସିତାରାମ ପୋଲାଇ, ଆଲୋକ ବାରିକ ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।





