ନୂଆ ଷ୍ଟ୍ରେନକୁ ରୋକିପାରୁନି କୋଭିସିଲ୍ଡ

ଜେ ବି ଏନ, ୧୮/୦୨ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ କରୋନାର ଏକ ନୂଆ ଷ୍ଟ୍ରେନ ବ୍ୟାପିବାରେ ଲାଗିଛି । ଏହା ଭାରିଆଣ୍ଡ ୫୦୧ୱାଇ.ଭି୨ ଭାବେ ପରିଚିତ । ନେଲସନ ମଣ୍ଡେଲା ବେ ସହରରେ ଗତବର୍ଷ ଡିସେମ୍ବର ୧୮ରେ ଏହି ନୂଆ ଷ୍ଟ୍ରେନ ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ଏହା ଦକ୍ଷିଣ ଆଫ୍ରିକାରୁ ଯାଇ ବ୍ରିଟେନ , ସ୍ବିଜରଲାଣ୍ଡ , ଫିନଲାଣ୍ଡ , ଜାପାନ , ଜାମ୍ବିଆ , ଫ୍ରାନ୍ସ , ଦକ୍ଷିଣ କୋରିଆ , ଚୀନ୍ ଓ ଭାରତରେ ବ୍ୟାପିଲାଣି । ଏହି ଷ୍ଟ୍ରେନ ଦୁତ ସଂକ୍ରମଣ ହେଉଥିବାରୁ ତାକୁ ରୋକିବା ଲାଗି ଦକ୍ଷିଣ ଆଫ୍ରିକା ଭାରତରୁ କୋଭିସିଲ୍ମ ଟିକା ନେଇଥିଲା । ମାତ୍ର ଏହି ଟିକା ଉକ୍ତ ନୂଆ ଷ୍ଟ୍ରେନକୁ ରୋକିବାରେ ବିଫଳ ହୋଇଛି । ତେଣୁ ସେଠାକାର ସରକାର କୋଭିସିଲ୍ମ ଟିକା ପ୍ରସ୍ତୁତ କରିଥିବା ଭାରତର ସେରମ ଇନଷ୍ଟିଚ୍ୟୁଟ୍କୁ ୧୦ ଲକ୍ଷ ଟିକା ଫେରାଇ ନେବା ପାଇଁ କହିଛନ୍ତି।



