ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ : ବୌଦ୍ଧ

ଜେ ବି ଏନ, ୧୮/୦୨ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ), ୱେଷ୍ଟର୍ଣ୍ଣ ଓଡିଶ ଜୋନାଲ ହେଡ ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ, ବୌଦ୍ଧ : ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବା କେନ୍ଦ୍ରଠାରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପିସିପିଏନ୍ଡିଟି ଆଇନ ଅନ୍ତର୍ଗତ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଚାଲୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡିକର କାର୍ଯ୍ୟକାରିତା , ନିୟମିତ ବ୍ୟବଧାନରେ କ୍ଲିନିକ୍ ଗୁଡିକର ଯାଞ୍ଚ , ଫଜିକୃତ କ୍ଲିନିକର ନବୀକରଣ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେସିନ୍ ସ୍ଥାପନ , କନ୍ୟାଭୃଣହତ୍ୟା ନିରୋଧ ଆଇନ ସଂପର୍କରେ ଜନସଚେତନତା ତଥା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ , ଡା . ତ୍ରିଲୋଚନ ପ୍ରଧାନ ସୂଚନା ଦେଇଥିଲେ ଯେ , ୨୦୧୧ ଜନଗଣନା ଅନୁଯାୟୀ ବୌଦ୍ଧଜିଲ୍ଲାରେ କନ୍ୟାସନ୍ତାନ ଜନ୍ମହାର ଓ ଲିଙ୍ଗ ଅନୁପାତ ଯଥାକ୍ରମେ ୯୭୮ ଓ ୯୯୧ ରହିଛି । ଓଡିଶାରେ କନ୍ୟାସନ୍ତାନ ଜନ୍ମହାର ଆକଳନ ଅନୁଯାୟୀ , ନବରଂଗପୁର , ମାଲକାନଗିରି , ନୂଆପଡା ଓ କୋରାପୁଟ ଜିଲ୍ଲା ପଛକୁ ବୌଦ୍ଧ ଜିଲ୍ଲା ପଞ୍ଚମ ସ୍ଥାନରେ ରହିଅଛି । ଜିଲ୍ଲାରେ ଏହି ହାରକୁ ବଜାୟ ରଖିବା ନିମନ୍ତେ ସମସ୍ତ ବୁଦ୍ଧିଜୀବି , ୟେଚ୍ଛାସେବୀ ଅନୁଷ୍ଠାନ ତଥା ଜନସାଧାରଣ ପ୍ରତିଶ୍ରୁତିବଦ୍ଧ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏଥିସହିତ ଜିଲ୍ଲା କ୍ଵାଲିଟି ଆସିଓରାନ୍ସ କମିଟିର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପରିବାର କଲ୍ୟାଣ ଯୋଜନା ଅନ୍ତର୍ଗତ ଉପଲବ୍ଧ ହେଉଥିବା ସେବା ଗୁଡ଼ିକର ଗୁଣବତ୍ତା , ପ୍ରୋତ୍ସାହନ ରାଶି ପ୍ରଦାନ , ବନ୍ଧାକଅସ୍ତ୍ରୋପଚାର ବିଫଳ ହୋଇଥିବା ସ୍ଥଳେ କ୍ଷତିପୂରଣ ରାଶି ପ୍ରଦାନ , କାୟାକଳ୍ପ ଓ ଲକ୍ଷ୍ୟ ଅନୁଯାୟୀ ସମସ୍ତ ସରକାରୀ ଚିକିତ୍ସାଳୟ ଗୁଡ଼ିକର ମାନକ ଓ ଅନ୍ୟାନ୍ୟ ପ୍ରସଙ୍ଗ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଏନ୍ ସି ଜ୍ୟୋତିରଂଜନ ନାୟକ , ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ , ଡା . ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ , ଡା . କିଶୋର ଚନ୍ଦ୍ର ପଟ୍ଟନାୟକ , ଡା . ଉମେଶଚନ୍ଦ୍ର ପାଣିଗ୍ରାହି , ଡା . ବିଜୟ କୁମାର ସାହୁ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ , ବିରଂଚି ଧରୁଆ , ସ୍ବତନ୍ତ୍ର ପବ୍ଲିକ୍ ପ୍ରୋସିକ୍ୟୁଟର ଯୋଗେଶ୍ ପ୍ରସାଦ ନାୟକ , ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ପୁଷ୍ପାଞ୍ଜଳି ପ୍ରଧାନ , ଜୟନ୍ତୀ ରଥ , ଏଡିପିଏଚ୍ ସିଓ ରବିନ୍ଦ୍ର କୁମାର ପ୍ରଧାନ , ଡିପିଏମ୍ ରୂପକ କୁମାର ମହାପାତ୍ର , ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ଵାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର , ହସ୍ପିଟାଲ୍ ମ୍ୟାନେଜର ଡା , ବିନାୟକ ପାଣିଗ୍ରାହି , ଜିକେଏସ୍ ମ୍ୟାନେଜର୍ ରଂଜନ୍ କୁମାର ପରିଚ୍ଛା ତଥା ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।



