ମାଡଖାଇ ଥାନା ଦ୍ୱାରସ୍ଥ ହେଲେ ଜାଗା ସାହାର୍ଯ୍ୟ କାରୀ
(ଜେ ବି ଏନ /ସୁଶାନ୍ତ କୁମାର) ୧୯/୦୨/୨୦୨୧ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମପଞ୍ଚାୟତ ନୂଆସାହି ରେ ଜାଗା ସାହାର୍ଯ୍ୟ କରି ଫଳ ପାଇଲେ ସାହାର୍ଯ୍ୟ କରି। ନୂଆସାହି ର କ୍ଷୀରୋଦ ଗୁରୁ (57)ପିତା ଗିରିଷ ଗୁରୁ ନିଜର ପଡ଼ୋଶୀ ପ୍ରଫୁଲ୍ଲ ନାହାକ ପିତା କଂଭୁ ନାହାକ ନାମରେ ଆଣିଛନ୍ତି ଅଭିଯୋଗ। କ୍ଷୀରୋଦ ଙ୍କ ଅଭିଯୋଗ ଅନୁଯାୟୀ ପ୍ରଫୁଲ୍ଲ ନିଜର ଘର ତିଆରି ନିମନ୍ତେ ଇଟା, ବାଲି ରଖିବା ପାଇଁ ଜାଗା ମାଗି ସେଠାରେ ରଖିଥିଲେ। ଆଜି ତା ୧୯/୦୨/୨୦୨୧ ରିଖ ଦ୍ୱିପହର ୧.୩୦ ମିନିଟ ସମୟରେ ସେହି ଜାଗା ରେ ଥିବା ଏକ ବାଉଁଶ ଗଛ ଗୁଡିକୁ ପ୍ରଫୁଲ୍ଲ ନିଆଁ ରେ ପୋଡି ଦେଇଥିଲେ। ଏହା ବାବଦ ରେ କ୍ଷୀରୋଦ ପ୍ରଫୁଲ୍ଲ କୁ କହିବାରୁ ସେ ବିରକ୍ତ ହୋଇ ଅସଭ୍ୟ ଭାଷା ବ୍ୟବହାର କରି ତାଙ୍କୁ ପିଟା ମରା କରିଥିଲେ। ଘଟଣା ସ୍ଥଳରେ କ୍ଷୀରୋଦ ଙ୍କ ପୁଅ ପହଁଚି ବାପା କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବଅଁରପାଳ ସରକାରୀ ଚିକିତ୍ସାଳୟ କୁ ଚିକିତ୍ସା କରାଇ ଥାନା ରେ ଅଭିଯୋଗ ଜଣାଇଥିଲେ ।ବଅଁରପାଳ ଥାନା ପକ୍ଷରୁ ଅଭିଯୋଗ ନେଇ କେଶ୍ ନମ୍ଵର୍ 73/19:02:2021 ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି




