ଟାଟା ସୁପର୍ ଆପ୍ ‘ ; ଲୁଣଠାରୁ ଆରମ୍ଭ କରି ବିମାନ ଟିକେଟ ପର୍ଯ୍ୟନ୍ତ ହେବ ଉପଲବ୍ଧ

ଜେ ବି ଏନ, ୨୦/୦୨ /୨୦୨୧, (ବ୍ୟୁରୋ ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ଉଦ୍ୟୋଗ ଟାଟା ଗୁପ ଦ୍ରୁତ ଗତିରେ ବଢୁଥିବା ଇ – କମର୍ସ ବଜାରରେ ନିଜର ଉପସ୍ଥିତିକୁ ଜାହିର କରିବା ଲାଗି ଏକ ‘ ସୁପର ଆପ୍ ଆଣିବା ଦିଗରେ କାମ କରୁଛି । ଯେଉଁ ଆପ୍ ଜରିଆରେ କୋଟି କୋଟି ଗ୍ରାହକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯେପରି କି ଲୁଣଠାରୁ ଆରମ୍ଭ କରି ବିମାନ ଟିକେଟ୍ ପର୍ଯ୍ୟନ୍ତ ସୁବିଧା ପାଇପାରିବେ । ଏଥିପାଇଁ ଟାଟା ଗୁପ ଟାଟା ଡିଜିଟାଲ ‘ ନାମରେ ଏକ ନୂଆ କମ୍ପାନୀ ପ୍ରତିଷ୍ଠା କରିଛି ।
ଟାଟା ଗୁପ୍ ର ହୋଲଡିଂ କମ୍ପାନୀ ଟାଟା ସନ୍ସ ଅଧ୍ୟକ୍ଷ ଏନ . ଚନ୍ଦ୍ରଶେଖରନ ବିଜନେସ୍ ଟୁଡେକୁ କହିଛନ୍ତି ଯେ , କମ୍ପାନୀ ନିଜର ସମସ୍ତ ରିଟେଲ ବ୍ୟବସାୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଦିଗରେ କାମ କରୁଛି । ସେ କହିଛନ୍ତି , ଟାଟା ଗୁପର ପ୍ରତ୍ୟେକ ବ୍ରାଣ୍ଡରେ କୋଟି କୋଟି ଗ୍ରାହକ ଅଛନ୍ତି । ସେମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଉତ୍ପାଦ ଏବଂ ସେବା ଉପଲବ୍ଧ କରାଇବୁ । ସେଥିଲାଗି ଏହି ସୁପର ଆରେ କେବଳ ଟାଟାର ଉତ୍ପାଦ ଉପଲବ୍ଧ ହେବ ନାହିଁ , ବରଂ ଏହା ସମସ୍ତ କମ୍ପାନୀ ପାଇଁ ଉଛୁକ ରହିବ । ଚନ୍ଦ୍ରଶେଖରଙ୍କ କହିବା ଅନୁସାରେ , କମ୍ପାନୀର ବିଭିନ୍ନ ବ୍ରାଣ୍ଡର ନିଜସ୍ଵ ଲୟାଲ୍ଟି ପ୍ରୋଗ୍ରାମ , ପେମେଣ୍ଡ ଇଞ୍ଜିନ , ବିତ୍ତୀୟ ଉତ୍ପାଦ ଏବଂ ଅନ୍ୟ ଶ୍ରେଣୀର ଉତ୍ପାଦ ରହିଛି । ଏଭଳି ସ୍ଥିତିରେ ସମସ୍ତ ବ୍ରାଣ୍ଡକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଲାଗି ଆମେ ଉଦ୍ୟମ କରୁଛୁ । ସେ ଆହୁରି କହିଛନ୍ତି , ଆମ ରିଟେଲ କମ୍ପାନୀ ଯେପରି କି କପଡ଼ାର ବ୍ରାଣ୍ଡ ୱେଷ୍ଟସାଇଡ୍ , ଟ୍ରେଣ୍ଟ , ଇନିଟି ରିଟେଲ , ଲୁଣ , ମସଲା ଏବଂ ଚା ’ ପ୍ରସ୍ତୁତକାରୀ ଟାଟା କନକ୍ୟୁମର ପ୍ରଡକ୍ଟ , ଘଣ୍ଟା , ଗହଣା ନିର୍ମାତା କମ୍ପାନୀ ଟାଇଟନ , ବୈଦ୍ୟୁତିକ ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ଭୋଲ୍ଟାସ ସହିତ ବିଭୀୟ ଉତ୍ପାଦ ଯେପରି କି ଟାଟା କ୍ୟାପିଟାଲ , ଟାଟା ଏସେଟ୍ ମ୍ୟାନେଜମେଣ୍ଟ , ଟାଟା ଏଆଇଏ , ଟାଟା ଏଆଇଜି ଇତ୍ୟାଦିକୁ ସୁପର ଆପ୍ର ଅଣାଯିବ ।
ମସଲା ଏବଂ ଚା ’ ପ୍ରସ୍ତୁତକାରୀ ଟାଟା କନକ୍ୟୁମର ପ୍ରଡକ୍ଟ ଘଣ୍ଟା , ଗହଣା ନିର୍ମାତା କମ୍ପାନୀ ଟାଇଟନ , ବୈଦ୍ୟୁତିକ ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ଭୋଟାସ ସହିତ ବିତ୍ତୀୟ ଉତ୍ପାଦ ଯେପରି କି ଟାଟା କ୍ୟାପିଟାଲ , ଟାଟା ଏସେଟ୍ ମ୍ୟାନେଜମେଣ୍ଟ , ଟାଟା ଏଆଇଏ , ଟାଟା ଏଆଇଜି ଇତ୍ୟାଦିକୁ ସୁପର ଆପ୍ର ଅଣାଯିବ । ଏହାବ୍ୟତୀତ ଟାଟା ମୋଟର୍ସ ଏହି ଆପ୍ ଜରିଆର ନିଜର କାର , ଟାଟା ରିୟଲଟି ଫୁଟ୍ ଏବଂ ଭିସ୍ତାରା ଓ ଏୟାର ଏସିଆ ବିମାନ ଟିକଟ ବି ବିକ୍ରି କରାଯାଇପାରିବ । ଏହା ସହିତ ତାଜ୍ ହୋଟେଲ ନିଜ ରୁମ୍ଗୁଡ଼ିକୁ ଆପ୍ ଜରିଆରେ ଭଡ଼ା ଦେଇପାରିବ ।



