ପିଟଣାପଲି ରେ ୨୪ ପ୍ରହର ନାମଯଜ୍ଞ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର (୨୦.୦୧.୨୦୨୧)-: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ତୁଳସୀପୁର ପଞ୍ଚାୟତ ଅନ୍ତର୍ଗତ ପିଟଣାପଲି ଗ୍ରାମରେ ଗୁରୁବାର ଠାରୁ ୨୪ ପ୍ରହର ନାମଯଜ୍ଞ ମହାଆଡମ୍ବର ସହିତ ପାଳନ ହେଉଛି । ଗତବର୍ଷ ଏହି ଅନୁଷ୍ଠାନ ୫୦ ବର୍ଷ ପୂର୍ତ୍ତି ଅବସର ରେ ୧୪ ଦିନ ବ୍ୟାପି ପଞ୍ଚ ମହାଯଜ୍ଞ ପାଳନ କରିଥିଲା । ଯଜ୍ଞ ପରେ ପରେ ମହାମାରୀ କରୋନା ପ୍ରଭାବ ଦେଖାଦେଇଥିଲା। ବର୍ତ୍ତମାନ କରୋନା କଟକଣା ରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ଏହିବର୍ଷ ୫୧ ବର୍ଷ ରେ ପଦାର୍ପଣ କରି ୨୪ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ପ୍ରତ୍ୟକ ଦିନ ଦୂରଦୂରାନ୍ତ ରୁ ମହିଳା ଓ ପୁରୁଷ ନାମ ଥଳ ପହଂଚି ନାମ କୀର୍ତ୍ତନ ଗାନ କରୁଛନ୍ତି। ସନ୍ଧ୍ୟା ରେ ଆଖପାଖ ଅଞ୍ଚଳ ର ହଜାର ହଜାର ଭକ୍ତ ସମାଗମ ହୋଇ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରୁଛନ୍ତି । ଗ୍ରାମ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ପ୍ରତ୍ୟକ ଘରେ ଅତିଥିଙ୍କ ଗହଳି। ଗ୍ରାମବାସୀ ଏବଂ ଭକ୍ତଙ୍କ ପାଇଁ ଦୁଇଓଳା ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିବା ବେଳେ ଆଲୋକସଜ୍ଜା ଉଚ୍ଚ କୋଟିର ହୋଇଥିବା ଦେଖିବାକୁ ମିଳିଛି। ଏମିତି ୫୧ ବର୍ଷ ହେବ ଗ୍ରାମବାସୀଙ୍କ ସହଯୋଗ ରେ ଚାଲୁ ରହିଛି ଓ ଆଗକୁ ମଧ୍ୟ ଆଡମ୍ବର ସହକାରେ ନାମ କୀର୍ତ୍ତନ ଚାଲିବ ବୋଲି ନାମ କମିଟି ସଭାପତି ଲକ୍ଷ୍ମଣ ପ୍ରଧାନ କହିଛନ୍ତି ।ଗ୍ରାମର ଯୁବଗୋଷ୍ଠୀ ସମସ୍ତ କ୍ଷେତ୍ର ରେ ସହଯୋଗ କରୁଥିବା ଦେଖାଦେଇଛି ।ରବିବାର ନିତାଇଗୌର ଗ୍ରାମ ପରିକ୍ରମା କରି ଦଧିହାଣ୍ଡି ଭାଙ୍ଗି ପ୍ରସାଦ ସେବନ ସହିତ କାର୍ଯ୍ୟକ୍ରମ ଶେଷ ହେବ ବୋଲି ଜଣାପଡିଛି ।



