ଅବୈଧ ମଦ କାରବାରରେ ଲିପ୍ତ ୧୬ ଜଣକ ବିରୁଦ୍ଧରେ ମାମଲା, ବିପୁଳ ମଦ ଜବତ

ଜେ ବି ଏନ, ୨୧/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭଦ୍ରକ : ଭଦ୍ରକ ଜିଲ୍ଲା ରେ ଅବୈଧ ମଦ କାରବାର ରୋକିବାକୁ ପ୍ରୟାସ ଜାରି କରି ଭଦ୍ରକ ଜିଲ୍ଲା ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି l ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା ପୋଲିସ ଚଢାଉ କରି ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୩୭.୨ ଲିଟର ଦେଶୀ ମଦ ଓ ୨୪.୭ ଲିଟର ବିଦେଶୀ ମଦ ଜବତ କରିଛି l ଏଥି ସହିତ ୧୬ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି l ଏ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l



