ଆଜି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହା ସ୍ଥାନୀୟ ବୁଥରେ ମତ ସାବ୍ୟସ୍ତ କଲେ

ଜେ ବି ଏନ, ୨୧/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଅହମଦାବାଦ : ଆଜି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ସ୍ଥାନୀୟ ଏକ ବୁଥରେ ନିଜର ମତଦାନ କରି ମତ ସାବ୍ୟସ୍ତ କରିଛନ୍ତି l ଆଜି ଅହମ୍ମଦାବାଦର ନାରଣପୁରରେ ଗୁଜୁରାଟର ସ୍ଥାନୀୟ ଏକ ନିର୍ବାଚନରେ ଭାଗ ନେଇ ସେ ତାଙ୍କ ଭୋଟ୍ ଦେଇଛନ୍ତି। ଆଜି ଗୁଜୁରାଟ ରାଜ୍ୟର ମ୍ୟୁନିସିପାଲିଟି କର୍ପୋରେସନରେ ନିର୍ବାଚନ ପାଇଁ ମତଦାନ ଚାଲିଛି l ଶ୍ରୀ ଶାହା ଏହି ଅବସରରେ କହିଛନ୍ତି ଯେ ମୁଁ ସେଠାରେ ଥିବା ସମସ୍ତ ଭୋଟରଙ୍କୁ ଅଧିକରୁ ଅଧିକ ବା ସର୍ବାଧିକ ସଂଖ୍ୟାରେ ନିର୍ବାଚନରେ ଭାଗ ନେଇ ଭୋଟ୍ ଦେବାକୁ ନିବେଦନ କରୁଛି।



