ପୁତ୍ର ସନ୍ତାନର ମାତା ହେଲେ ଅଭିନେତ୍ରୀ କରିନା କପୁର

ଜେ ବି ଏନ, ୨୧/୦୨ /୨୦୨୧, ମୁମ୍ବାଇ : କରିନା କପୁର ପୁଣି ଥରେ ମା ହୋଇଛନ୍ତି ଓ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି l ଶୈଫ୍ ଅଲ୍ଲୀ ଖାଁ ପୁଣି ଥରେ ପିତା ହୋଇଛନ୍ତି। ଆଜି ରବିବାର ଭୋର୍ ୪ଟା ୪୫ରେ ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରେ ବେବୋ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ୨୦୧୬ରେ ବଡ଼ ପୁଅ ତୈମୁର ଜନ୍ମ ହୋଇଥିଲେ। ପୁଣି କରିନା ମା‘ ହେବାକୁ ଯାଉଛନ୍ତି ସୋସିଆଲ୍ ମିଡ଼ିଆରେ ପ୍ରକାଶ କରିଥିଲେ। ଗର୍ଭବତୀ ଥିବା ସମୟରେ ମଧ୍ୟ କରିନା କେତେକ କାମରେ ବ୍ୟସ୍ତ ଥିବାରୁ ଏହାକୁ ନେଇ ପ୍ରଶଂସକଙ୍କ ପକ୍ଷରୁ ସକାରାତ୍ମକ କମେଣ୍ଟ ଦିଆଯାଇଥିଲା। ପୁତ୍ର ସନ୍ତାନ ଜନ୍ମ ପରେ କରିନା ଏବଂ ଶୈଫ୍ଙ୍କୁ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।



