ପ୍ରାୟ ଦୁଇ ଘଣ୍ଟା କସରତ ପରେ ଗ୍ରୀଡ ଅଗ୍ନିକାଣ୍ଡ ନିୟନ୍ତ୍ରଣାଧିନ

(ଜେ ବି ଏନ /ସୁଶାନ୍ତ କୁମାର) ୨୧/୦୨/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ଥାନା ନିକଟସ୍ଥ ଆଜି ସକାଳ ପ୍ରାୟ 7.30 ସମୟରେ ମେରାମଣ୍ଡଳି ଗ୍ରୀଡକୋରେ 315 MVA ଟ୍ରାନ୍ସଫର୍ମରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା | ଶ୍ରୀ ଡି.ସି ସିଂ, ଶ୍ରୀ ସଞ୍ଜୟ ସାମଲ, ଶ୍ରୀ ଅମୁଲିଆ ସେଠୀ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ଟାଟା ଷ୍ଟିଲ ବିଏସଏଲର ଅଗ୍ନି ନିରାପତ୍ତା ଦଳ ଏଭିପି, ସୁରକ୍ଷା ଆରମ୍ଭରୁ ନିଆଁକୁ ଆୟତ୍ତ କରିଥିଲେ ଏବଂ ଅନ୍ୟର ସହଯୋଗରେ ଏହାକୁ 2 ଘଣ୍ଟା ମଧ୍ୟରେ ନିୟନ୍ତ୍ରଣକୁ ଆଣିଥିଲେ। ଅଗ୍ନିଶମ ବାହିନୀ ଟାଟା ଷ୍ଟିଲ ବିଏସଏଲରୁ ଦୁଇଟି , ଓଡିଶା ସରକାରଙ୍କ ଦୁଇଟି, ଜିଏମଆରରୁ ଏକଟି ଜେଏସପିଏଲ ((Jindal Steal ) ଏକଟି ଘଟଣାସ୍ଥଳରେ ଦମକଳ ବାହାନ ନିୟୋଜିତ କରାଯାଇଥିଲା। ଏହି ଅଗ୍ନିକାଣ୍ଡ ପାଇଁ ପ୍ରାୟ 6000(୬୦୦୦) ଲିଟର ଫୋମ୍ ଏବଂ ୧ ଲକ୍ଷ(1lak) ଲିଟର ପାଣି ବ୍ୟବହାର କରାଯାଇ ନିଆଁ ଲିଭାଇ ନିୟନ୍ତ୍ରଣକୁ ଅଣାଯାଇଥିଲା।



