ଜନଜାତି ସଂଗ୍ରହାଳୟ ତଥା ସାଧନ କେନ୍ଦ୍ର ଉଦଘାଟିତ


ଜେ. ବି. ଏନ୍ (୨୧ /୦୨ /୨୦୨୧, ) , (ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି) ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସ୍ଥାନୀୟ ବଳରାମ ଜୀଉ ମନ୍ଦିର ସ୍ଥିତ ଜନଜାତି ସଂଗ୍ରହାଳୟ ତଥା ସାଧନ କେନ୍ଦ୍ର ଜିଲ୍ଲାପାଳ ଶ୍ରୀ ଉମେଶ ଚନ୍ଦ୍ର ବେହେରାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ସମ୍ମାନିତ ଅତିଥି ଭାବେ ସଚ୍ଚିଦାନନ୍ଦ ମିଶ୍ର ଜିଲ୍ଲା ଶିକ୍ଷା ତାଲିମ୍ କେନ୍ଦ୍ର ଅଧ୍ୟକ୍ଷ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ବେହେରା ଜିଲ୍ଲାପାଳ ଢେଙ୍କାନାଳ ସଭା ପରିଚାଳକ ଭାବେ ନିବେଦିତା ପାଣି ଜିଲ୍ଲା ଶିକ୍ଷା ଓ ପ୍ରକଳ୍ପ ଅଧିକାରୀ ଏବ୍ଂ ବରିଷ୍ଠ ଯନ୍ତ୍ରୀ ରଶ୍ମିତା ମିଶ୍ର ଢେଙ୍କାନାଳ ମୁନିସିପାଲଟି ମଞ୍ଚ ପରିଚାଳନା କରିଥିଲେ। ଜିତେନ୍ଦ୍ର କର ଓ ମନୋହର ସତପଥୀ ଶୃଜନି ପୁସ୍ତକର ଉନ୍ମୋଚନ ଜିଲ୍ଲାପାଳଙ୍କ ଦ୍ଵାରା ଫଳକ ଓ ଗୃହ ଉଦଘାଟିତ, ଦୀପ ପ୍ରଜ୍ବଳନ ଓ ଦେଶାତ୍ମକ ବୋଧ ସଙ୍ଗୀତ ଗାନ କରିଥିଲେ। ନବଜାତ ଛାତ୍ର କଙ୍କଡା ହାଡ଼ ବ୍ଲକ ଏଥିରେ ମାଛ ଧରା ଜନ୍ତ୍ର, ବାଦ୍ୟ ଅଳଙ୍କାର, ଜଙ୍ଗଲ ଜାତ ଦ୍ରବ୍ୟ, ଡୋକରା, ଶିକାର ଉପକରଣ ଇତ୍ୟାଦି ମିଳିପାରୁଛି। ବିଦ୍ୟା ଓ ଗଣ ଶିକ୍ଷା ର ସହାୟତାରେ ଏହା ଗଠିତ ହୋଇଛି। ଜନଜାତିକୁ ସଦାସର୍ବଦା ଚିର ପରିଚିତ କରାଇବା ଲୁପ୍ତ ଜନଜାତି ଭାଷା ଓ ସାଂସ୍କୃତିକ ଏହା ଜୀବନ୍ତ କରିପାରିବ। ସମସ୍ତ ଜନଜାତିକୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ହିଁ ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ଅତିଥି ମାନେ ମତ ପ୍ରଦାନ କରି ଜନଜାତିର କଲ୍ୟାଣ ଦିଗରେ ସମସ୍ତଙ୍କର ଭୂମିକା ରହିବା ଜରୁରୀ ବୋଲି ଘୋଷିତ କରିଥିଲେ। ଜିଲ୍ଲାପାଳ ମହୋଦୟ ଏଥିରେ ମତ ବ୍ୟକ୍ତ କରିଥିଲେ ଯେ, ବିଭିନ୍ନ ଜନଜାତିର ଭାଷା ଓ ସଂସ୍କୃତିକ କୁ ବଞ୍ଚାଇ ରଖିବା ପାଇଁ ତାଙ୍କର ସମସ୍ତ ଉପକରଣ କୁ ଗୋଟିଏ ସ୍ଥାନରେ ସଞ୍ଜୀତ କରି ରଖାଯାଇଛି। ଛାତ୍ର ଛାତ୍ରୀ ଗଣ ଏଠାରେ ସହଜରେ ଶିଖି ପାରିବେ। ଜନଜାତିଙ୍କ ପାଇଁ ଏହା ସମସ୍ତଙ୍କ ପାଇଁ ଜନଜାତି ଲୋକଙ୍କ ସମ୍ବନ୍ଧୀୟ ଜ୍ଞାନ ଉପଲବ୍ଧ ପ୍ରତି ଜନଜାତିର ଉପକରଣ ସମିତି ସ୍ଥାନରେ କରାଯାଇଛି। ବାହାରୁ ଆସିଥିବ ପର୍ଯ୍ୟଟକ ମାନେ ଏହାକୁ ଦେଖି ଆନନ୍ଦିତ ହେବେ। ସମସ୍ତେ ଏଥିରେ ଆନନ୍ଦ ଅନୁଭବ କରିବେ ଓ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ଶେଷରେ ଶ୍ରୀଯୁକ୍ତ ମହେଶ୍ଵର ସାହୁ ପ୍ରଧାନ ଶିକ୍ଷକ ଉଚ୍ଚ ବିଦ୍ୟାଳୟ ପାଟଲା ଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧନା କରିଥିବା ବେଳେ ସୁଶ୍ରୀ ଶୁଭାଶିଶ ସାହୁ କୋଡ଼ି ନେଟ୍ ର ଜନଜାତି ସମାଗ୍ରୀ ଶିକ୍ଷା ଢେଙ୍କାନାଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବ୍ଲକ ର ଶିକ୍ଷକ ପହଞ୍ଚିଥିଲେ।



