ଦିତୀୟ ଦିନରେ ଅଷ୍ଟପ୍ରହରୀ ନାମଯଜ୍ଞ

ଜେ ବି ଏନ, ୨୨/୦୨/୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଦ୍ଵିତୀୟ ଦିନରେ ଅଷ୍ଟପ୍ରହରୀ ନାମଯଜ୍ଞ ଓ ଦଶଟା କୀର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନ କରିଥିଲେ।ଓ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା। ତୃତୀୟ ଦିନରେ ପିଲାମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶ୍ରୀ ଶ୍ରୀ ମା ବୀଣାପାଣି ଯୁବ ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ l ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ର ନାଉବାଙ୍କ ଠାରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ସରସ୍ଵତୀ ପୂଜା ଉପଲକ୍ଷେ ଅନୁଷ୍ଠିତ ପ୍ରଥମ ଦିନରେ ଶ୍ରୀ ଶ୍ରୀ ମା ସରସ୍ବତୀଙ୍କ ପୂଜାର୍ଚ୍ଚନା କରିବା ପରେ ଏଥିରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ପିଲା ଆସି ଏହି ନୃତ୍ୟ ଗିତରେ ଅଂଶ ଗ୍ରହଣ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରେ ଓଡ଼ିଆ ସିରିଏଲ ଜଗତର ଜଣାଶୁଣା ଅଭିନେତା ରାକେଶ କୁମାର ନାୟକ ଯୋଗଦେଇ ଥିଲେ । ଓ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଯୋଗ ଦେଇଥିଲେ ସେମାନେ ହେଲେ ଜରି ପଞ୍ଚାୟତ ର ସମିତି ସଭ୍ୟ ଭୁବନାନନ୍ଦ ସାମଲ, ପୁର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ କୁମାର ପାତ୍ର, ଶିକ୍ଷାବିତ ପ୍ରତାବ ଚନ୍ଦ୍ର ପାତ୍ର, ଏବଂ ନାଉବାଙ୍କ ଅଞ୍ଚଳ ର ବିଶିଷ୍ଟ ଲୋକମାନଙ୍କୁ ଉତ୍ତରିୟ ଦେଇ ସମ୍ମାନିତ କରାଯାଇଥିଲା। ଅତିଥି ମାନଙ୍କୁ ନୃତ୍ୟ ଗିତ ମାଧ୍ୟମରେ ବିଶିଷ୍ଟ ନୃତ୍ୟ ଶିଳ୍ପୀ ଧରିତ୍ରୀ ବେହେରା ପୁଷ୍ପଗୁଚ୍ଛ ଦେଇଥିଲେ।। ଏହି ପ୍ରୋଗ୍ରାମ କୁ ସଭାପତି କ୍ଷେତ୍ରବାସୀ ଯେନା, ସମ୍ପାଦକ ପ୍ରଫୁଲ୍ଲ କୁମାର ଜେନା, ଗଦାଧର ଯେନା ,ଶରତ ଚନ୍ଦ୍ର ଯେନା , କାଳିନ୍ଦୀ ଚରଣ ଯେନା , ମନୋଜ ଯେନା ,ଗୋଲେଖ ମଲ୍ଲିକ, ସୁଶାନ୍ତ କୁମାର ଯେନା ,,କୈଳାସ ଚନ୍ଦ୍ର ଜେନା ପ୍ରମୁଖ ଙ୍କ ସହଯୋଗ ରେ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଜଜ ଭାବରେ ଯୋଗଦେଇ ଥିଲେ ସେମାନେ ହେଲେ ବାବୁଲି ବେହେରା,ମନିଷା ବେହେରା, ମେଘନନ୍ଧ ମଲିକ ଓ ଉପସ୍ଥାପକ ଯୁଗଳ କିଶୋର ସାହୁ l




