ସେବା ଫାଉଣ୍ଡେସନ ନିଆରା କାର୍ଯ୍ୟକ୍ରମ

ଜେ ବି ଏନ, ୨୨/୦୨ /୨୦୨୧, (ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ର ମାଳ ମାଳ ଜନ କଲ୍ୟାଣକାରି ଯୋଜନା !ହେଲେ ଏହି ଯୋଜନା ବାସ୍ତବ ରେ କାହାପାଇଁ ତାହା ପ୍ରଶ୍ନବାଚୀ ଶୃଷ୍ଟି କରିଛି !ଯେଉଁଠି ସରକାରୀ ଯୋଜନା ସମ୍ପୂର୍ଣ ଫେଲ ମାରିଚି ସେହିଠାରେ ଜନ କଲ୍ୟାଣକାରି ସଂସ୍ଥା ସେବା ଫାଉଣ୍ଡେସନ ଜନତାଙ୍କ ସୁଖ ଦୁଃଖ ରେ ସାମିଲ ହୋଇ ସହାୟତା ର ହାତ ବଢ଼ାଇଛି !ଏଭଳି ଅଭାବନିୟ ଘଟଣା ଘଟିଛି
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହାଣ ପଞ୍ଚାୟତ ରେ ! ରାହଣ ଗ୍ରାମ ର ଅସହାୟ ବୃଦ୍ଧା ଖତୀ ବେୱା ଓ ବିଶିଆ ଦାସଙ୍କ କ୍ଷେତ୍ରରେ ଯେ କି ନିଃସଙ୍ଗ ଜୀବନ ଜାପାନ କରୁଛନ୍ତି ! ମୁଣ୍ଡ ଗୁଞ୍ଜିବାବାକୁ ଭଙ୍ଗା ଚାଳ ଛପର ଘର ! 3ବର୍ଷ ହେଲା ରକ୍ଷଣବେକ୍ଷଣା ଅଭାବରୁ ଭାଙ୍ଗି ଯିବାକୁ ବସିଲାଣି ! ଆର୍ଥିକ ଅନାଟନ କଥା ନ କହିଲେ ଭଲ !କିନ୍ତୁ ସମସ୍ତ ସରକାରୀ ସୁବିଧା ସୁଯୋଗ ରୁ ବଞ୍ଚିତ ! ସେବା ଫାଉଣ୍ଡେସନ କର୍ମକର୍ତାଙ୍କ ଦ୍ଵାରା ଚାଳ ଘର ଛପର ହୋଇ ପାରିଛି |ଏହା ସହିତ ଅସହାୟ ପରିବାର ପ୍ରମିଳା ଦଳାଇ ! ଝାମ୍ପ ପ୍ରଧାନ ! ସନାତନ ବେହେରା ଆଦି ଅସହାୟ ବ୍ୟକ୍ତି କୁ ଗୋଟେ ମାସ ପାଇଁ ରାସନ ସାମଗ୍ରୀ , ମଶାରୀ , ବସ୍ତ୍ର ପ୍ରଦାନ କରାଯାଇଛି ।




