ସାଙ୍କୁଡା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅବ୍ୟବସ୍ଥା, କେୱ।ଇସି ଫର୍ମ ମିଳୁନି, ବ୍ୟାଙ୍କ ଖାତା ଖୋଲିବା ପାଇଁ ସପ୍ତାହରେ ଦୁଇଦିନ ସହ ଗୋଟିଏ ଦିନରେ ଖାତା ଅପଡେଟ ନେଇ ଗ୍ରାହକ ଅସନ୍ତୁଷ୍ଟ, ବ୍ୟାଙ୍କ୍ ରେ ଅଫିସର ଙ୍କ ଚାଲିଛି ମେରୀରାୟ ନୀତି ।

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୨୨.୦୨.୨୦୨୧) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବ୍ୟାପକ ଅବ୍ୟବସ୍ଥା ନେଇ ଗ୍ରାହକ ଅସନ୍ତୁଷ୍ଟ ହୋଇଛନ୍ତି। ଆଗରୁ ସୁମଣ୍ଡଳ ବ୍ୟାଙ୍କ ଉପରେ ସମସ୍ତେ ନିର୍ଭର କରୁଥିବା ବେଳେ ଲୋକଙ୍କ ସୁବିଧା ପାଇଁ ସାଙ୍କୁଡା ଠାରେ ଏକ ଶାଖା ଖୋଲାଯାଇଥିଲା। ଆଜି ବ୍ୟାଙ୍କ ଶାଖାରେ କିଛି ଲୋକ ଯାଇ ନୋ ୟୋର କଷ୍ଟମର ଫର୍ମ (KYC) ମାଗିବା ପରେ ଶାଖା ପକ୍ଷରୁ ଏକ ଲ।ମିନେଟେଡ଼ ଫର୍ମ ଦିଆଯାଇ ତାକୁ ଜେରକ୍ସ କରି ଆଣିବା ପାଇଁ କହିବା ପରେ ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରିକି ଏହି ଶାଖାରେ ସପ୍ତାହରେ କେବଳ ଦୁଇ ଦିନ ନୂଆ ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କୁ କୁହାଯାଉଥିବା ବେଳେ ସପ୍ତାହରେ ମାତ୍ର ଗୋଟିଏ ଦିନ ଆକାଉଣ୍ଟ ଅପଡେଟ କରିବା ପାଇଁ ବ୍ୟବସ୍ଥା ରହୁଥିବାରୁ ଲୋକମାନେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି। ଏହି ବ୍ୟାଙ୍କ ଟି ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ହୋଇଥିବା ବେଳେ ପ୍ରାୟତଃ ସ୍ୱଳ୍ପ ଶିକ୍ଷିତ କିମ୍ବା ଅଶିକ୍ଷିତ ଲୋକ ବ୍ୟାଙ୍କକୁ ଆସି ଖାତା ଖୋଲିଥାନ୍ତି। ସପ୍ତାହରେ ଯଦି ଉକ୍ତ ଦୁଇଦିନ ରେ ଲୋକ ଆସିନଥାନ୍ତି ତେବେ ପୁଣି ତାଙ୍କୁ ଏକ ସପ୍ତାହ ଅପେକ୍ଷା କରିବାକୁ ପଡିଥାଏ। ଅପର ପକ୍ଷରେ କରୋନା ଯୋଗୁଁ ଏହି ଦୁଇ ଦିନରେ ଲୋକଙ୍କ ଗହଳି ବେଶୀ ଲାଗିରହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବ୍ୟାଙ୍କରେ ଲୋକଙ୍କ ଆବଶ୍ୟକତାକୁ ନେଇ କେ ୱାଇ ସି ଫର୍ମ ରହିବା ଆବଶ୍ୟକ ଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଛି। ସେପଟେ ବ୍ୟାଙ୍କ ଶାଖା ପରିଚାଳକ ଲୋକଙ୍କୁ ଦୁର୍ବ୍ୟବହାର ଦେଖାଉଥିବା ନେଇ ଆଜି ଜଣେ ବ୍ୟାଙ୍କ ଉପଭୋକ୍ତା ଟୁକୁନା ପ୍ରଧାନ ସଙ୍ଗିନ ଅଭିଯୋଗ କରିବା ସହ ବ୍ୟାଙ୍କରେ ଲୋକଙ୍କୁ ଠିକ ସେବା ଯୋଗାଯାଉ ନାହିଁ ବୋଲି ଆଉ ଦୁଇଜଣ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେସେମାନେ ରିଜିଓନାଲ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ଉକ୍ତ ବ୍ୟାଙ୍କ ଶାଖା ପରିଚାଳକ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


