ଅନୁଗୋଳ ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଜେ ବି ଏନ, ୨୨/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟି ପକ୍ଷ୍ୟରୁ ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ହୋଇଥିବାର ଦେଖିବାକୁ ମିଳିଥିଲା। ସୂଚନା କ୍ରମେ ତାଳଚେର ମେଡିକାଲ କଲେଜ କୁ ସରକାରୀ ପରିଚାଳନାରେ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ଚିକିତ୍ସାଳୟ କୁ ବିଶେଷଜ୍ଞ ଡାକ୍ତର ଆସିବାରେ କଟକଣା ପ୍ରତ୍ୟାହାର କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ରେ ଉନ୍ନୀତ କରି ମେଡିକାଲ କଲେଜ ରେ ପରିଣତ କରିବା ଏବଂ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସମାଧାନ ଦାବିରେ ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଗୋଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷ୍ୟରୁ ଗଣ ଅନଶନ କରାଯାଇଥିବାର ଦୃଶ୍ୟା ଦେଖିବାକୁ ମିଳିଥିଲା ।



