ଜିଲ୍ଲାର ୮ ଟି ବ୍ଲକ ର ସମସ୍ତ ଅଙ୍ଗନବାଡି କର୍ମଚାରୀ ମାନଙ୍କ ମୌଳିକ ଅଧିକାର ଓ ବେତନବୃଦ୍ଧି ନିମନ୍ତେ ଆନ୍ଦୋଳନ

ଜେ ବି ଏନ, ୨୨/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ୮ ଟି ବ୍ଲକ ର ସମସ୍ତ ଅଙ୍ଗନବାଡି କର୍ମଚାରୀ ମାନଙ୍କ ମୌଳିକ ଅଧିକାର ଓ ବେତନବୃଦ୍ଧି ନିମନ୍ତେ ଆନ୍ଦୋଳନ କରାଯାଉଥିବାର ଦୃଶ୍ୟା ଦେଖିବାକୁ ମିଳିଥିଲା । ସୂଚନା କ୍ରମେ ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନବାଡି କର୍ମଚାରୀ ମହାସଂଘର ଆହ୍ଵାନ କ୍ରମେ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କରସ ଆସୋସିଏସନ, ଅନୁଗୋଳ ଜିଲ୍ଲା ତରଫରୁ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୮ ଦଫା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା।




