Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ଧାନ କିଣା କୁ ନେଇ ବିଧାନସଭାରେ ଗର୍ଜିଲେ ବିରୋଧୀ - Jagrat Bharat News

ଧାନ କିଣା କୁ ନେଇ ବିଧାନସଭାରେ ଗର୍ଜିଲେ ବିରୋଧୀ

ଧାନ କିଣା କୁ ନେଇ ବିଧାନସଭାରେ ଗର୍ଜିଲେ ବିରୋଧୀ

 

ଜେ ବି ଏନ, ୨୩/୦୨ /୨୦୨୧, ଭୁବନେଶ୍ବର : ଧାନ କିଣା କୁ ନେଇ ବିଧାନସଭାରେ ଗର୍ଜିଲେ ବିରୋଧୀ l ବିଧାନ ସଭା କାଳରେ ସୋମବାର ଏହାକୁ ନେଇ ବିରୋଧୀ ଘେରିଛନ୍ତି l ସୂଚନା ମୁତାବକ ‘ଧାନ ସଂଗ୍ରହ ପାଇଁ ଟୋକନ୍‌ ବ୍ୟବସ୍ଥାକୁ ବନ୍ଦ କରାଯାଉ। ଜିଲ୍ଲା ଧାନ ସଂଗ୍ରହ କମିଟି (ଡିପିସି)କୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଉ। କଟନି-ଛଟନି ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ଠୋସ୍‌ ପଦକ୍ଷେପ ନିଅନ୍ତୁ। ଯଦି ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିପାରୁନ, ତାହେଲେ ଓହରିଯାଅ।’ ଆଜି ବିଧାନସଭା ପ୍ରଶ୍ନକାଳ ପରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ବାରା ଆଗତ ସ୍ବତନ୍ତ୍ର ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧୀ ସରକାରଙ୍କ ଉପରେ ବର୍ଷିବା ସହିତ ଏଭଳି ଦାବି ରଖିଛନ୍ତି। ଅନ୍ୟପଟେ ବିରୋଧୀଙ୍କୁ ଜବାବ ଦେଇ ବିଜେଡି କହିଛି, କେନ୍ଦ୍ର ସରକାର ଚଳିତ ଖରିଫ ଧାନ ସଂଗ୍ରହ ଋତୁ ପାଇଁ ଏ ପର୍ଯ୍ୟନ୍ତ ଟଙ୍କାଟିଏ ବି ଦେଇନାହାନ୍ତି। ବ୍ୟାଙ୍କରୁ ଋଣ କରି ସରକାର ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିଚାଲିଛନ୍ତି। ପୂର୍ବ ବର୍ଷର ବକେୟା ଓ ଚଳିତ ଖରିଫ ଋତୁ ପାଇଁ ରାଜ୍ୟ ସରକାର କେନ୍ଦ୍ରଠାରୁ ୧୭ ହଜାର ୩୪୮ କୋଟି ପାଇବେ। ଚାଷୀଙ୍କର ବଳକା ଧାନ ବି ଏଫ୍‌ସିଆଇ ଉଠାଉ ନଥିବା ନେଇ ଶାସକ ଦଳ ପାଲଟା ଅଭିଯୋଗ କରିଛି।

ଧାନ କିଣା ଦୁର୍ନୀତି ନେଇ ସୋମବାର ଗୃହରେ ସ୍ବତନ୍ତ୍ର ଆଲୋଚନା ଆରମ୍ଭ କରି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ, ଜଳସେଚିତ ଜମିରୁ ୧୯ କ୍ବିଣ୍ଟାଲ ଓ ଅଣଜଳସେଚିତ ଜମିରୁ ସରକାର ୧୩ କ୍ବିଣ୍ଟାଲ ପର୍ଯ୍ୟନ୍ତ କିଣିବେ ବୋଲି ଧାର୍ଯ୍ୟ କରିଛନ୍ତି। ଏହା ପରୋକ୍ଷରେ ଚାଷୀକୁ ଅଭାବି ବିକ୍ରୀର ଶିକାର ହେବାକୁ ବାଧ୍ୟ କରୁଛି। ବାସ୍ତବରେ ଏକର ପିଛା ଜଳସେଚିତ ଜମିରୁ ଚାଷୀ ୪୦ କ୍ବିଣ୍ଟାଲ ଉତ୍ପାଦନ କରୁଛି। ଯଦି ସରକାର ୧୯ କ୍ବିଣ୍ଟାଲ ଧାନ ସଂଗ୍ରହ କରିବେ ତାହେଲେ ବାକି ୨୧ କ୍ବିଣ୍ଟାଲ ଧାନ ଚାଷୀ କଣ କରିବ। ତାର ଆବଶ୍ୟକତା ଦୃଷ୍ଟିରୁ ବାଧ୍ୟ ହୋଇ ଦଲାଲ୍‌ ଓ ମିଲମାଲିକମାଙ୍କୁ ଏମ୍‌ଏସ୍‌ପି ଠାରୁ ଯଥେଷ୍ଟ କମ୍‌ ଦରରେ ବିକ୍ରି କରୁଛି। ସେହିପରି ଅଣଜଳସେଚିତ ଜମିରୁ ଏକର ପିଛା ଜଣେ ଜଣେ ଚାଷୀ ପ୍ରାୟ ୨୦ କ୍ବିଣ୍ଟାଲ ଧାନ ଅମଳ କରୁଛନ୍ତି। ୧୩ କ୍ବିଣ୍ଟାଲ ଗଲା ପରେ ବାକି ଧାନ ପାଇଁ ଚାଷୀ ଅଭାବି ବିକ୍ରିର ଶିକାର ହେଉଛି। ଟୋକନ୍‌ ବ୍ୟବସ୍ଥା ପ୍ରଚଳନ ହେବା ଦିନଠାରୁ ଚାଷୀର ଅସୁବିଧା ଦୁଇଗୁଣ ବଢ଼ିଯାଇଛି। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ନଚେତ୍‌ ଏହା ଭୁବନେଶ୍ବରରୁ ପ୍ରଦାନ କରାନଯାଇ ଜିଲ୍ଲା ଧାନ ସଂଗ୍ରହ କମିଟି (ଡିପିସି) ଜରିଆରେ ପ୍ରଦାନ କରାଯାଉ। ସେଥିପାଇଁ ପୂର୍ବ ପରି ପୁଣି ଥରେ ସରକାର ଜିଲ୍ଲା ଧାନ ସଂଗ୍ରହ କମିଟିକୁ କାର୍ଯ୍ୟକ୍ଷମ କରନ୍ତୁ। ଟୋକନ୍‌ ମିଳିବାରେ ବିଳମ୍ବ ହେଉଛି। ଚାଷୀ ଧାନ ଅମଳ କରିବା ପୂର୍ବରୁ ଟୋକନ୍‌ ଦିଆଯାଉଛି। ଅମଳ କରିବା ପରେ ଟୋକନ୍‌ ଅବଧି ସରିଗଲାଣି ବୋଲି ତାର ଧାନ ଆଉ ସମବାୟ ସମିତିମାନେ କିଣୁନାହାନ୍ତି। ଏହା କି ପ୍ରକାର ବ୍ୟବସ୍ଥା? ଏ ନେଇ ଶ୍ରୀ ମିଶ୍ର ସମ୍ବଲପୁରର ଜଣେ ୯୦ ବୟସ ବୃଦ୍ଧ ଚାଷୀ କିପରି ହଇରାଣ ହୋଇଥିଲେ ତାର ଉଦାହରଣ ଦେଇଥିଲେ।

 

ଧାନ ଏଫଏକ୍ୟୁ ମାନର କି ନୁହେଁ, ତାକୁ ନିର୍ଦ୍ଧାରଣ କରିବାକୁ କୌଣସି ବି ମଣ୍ଡିରେ ମେସିନ୍‌ ନାହିଁ। ମଣ୍ଡିରେ ଧାନ କିଣା ବେଳେ ମିଲରମାନେ ଉପସ୍ଥିତ ରହୁଛନ୍ତି। ଏହା ଆଇନ ବିରୁଦ୍ଧ। କିନ୍ତୁ ସରକାର ଜାଣିଶୁଣି ସେମାନଙ୍କୁ ରୋକିବାକୁ ଉଦ୍ୟମ କରୁନାହାନ୍ତି। କଟନି-ଛଟନି ବାବଦରେ ମିଳୁଥିବା ଧାନରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନର ଭାଗ ଥିବା ନେଇ ଖୁଲମଖୋଲା କୁହାଯାଉଛି। ଧାନର ବସ୍ତା ବାବଦ ଟଙ୍କା, ମିଲରର ମିଲ ପର୍ଯ୍ୟନ୍ତ ନେବା ପାଇଁ ପରିବହନ ଖର୍ଚ୍ଚ ଚାଷୀକୁ ମିଳୁନାହି। ପୂର୍ବ ବର୍ଷର ଧାନକୁ ପୁନଃପ୍ରକ୍ରିୟାକରଣ କରି ଚଳିତ ବର୍ଷର ଧାନ କିଣାରେ ସଂଗ୍ରହ ହୋଇଥିବା ନେଇ କାଗଜ ପତ୍ର କରିଦିଆଯାଉଛି। ଏଥିରେ ସମବାୟ ସମିତି କର୍ମଚାରୀ ଓ ମିଲର ସାମିଲ ଅଛନ୍ତି। କିନ୍ତୁ ଯୋଗାଣ ଓ ସମବାୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଭୁବନେଶ୍ବରରେ ବସିରହୁଛନ୍ତି। ଅଥଚ ଧାନ ସଂଗ୍ରହ ଋତୁରେ ସେମାନେ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି। ଗତବର୍ଷ ଟୋକନ୍‌ ବ୍ୟବସ୍ଥାରେ ଥିବା ଅସୁବିଧାକୁ ନେଇ ବ୍ୟାପକ ଅଭିଯୋଗ ଆସିବା ପରେ ବିଧାନସଭାରେ ତମ୍ବିତୋଫାନ ହେଲା। ଏ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ସୁଶାନ୍ତ ସିଂହ ଓ ସରକାରୀ ଦଳ ଉପମୁଖ୍ୟସଚେତକ ରୋହିତ ପୂଜାରୀ ଧାନ ବିକ୍ରି କରିବା ପାଇଁ ଟୋକନ୍‌ ବ୍ୟବସ୍ଥା ଦରକାର ନାହିଁ ବୋଲି ପଶ୍ଚିମ ଓଡ଼ିଶାରେ ଘୋଷଣା କଲେ। କିନ୍ତୁ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ କହିଥିଲେ, ଟୋକନ୍‌ ବ୍ୟବସ୍ଥା ଜାରି ରହିବ। ତାହେଲେ କିଏ ଠିକ୍‌? ବାଲେଶ୍ବର ଓ ଭଦ୍ରକର ଚାଷୀମାନେ ବେଶୀ ଅଭାବି ବିକ୍ରୀର ଶିକାର ହେଉଥିବା ନେଇ ବିଜେପି ବିଧାୟକ ଶ୍ରୀ ମିଶ୍ର କହିଥିଲେ।

 

 

ଧାନର ପୁନଃପ୍ରକ୍ରିୟାକରଣ ହେଉଥିବା କଥାକୁ ସମର୍ଥନ କରି ବିଜେଡି ବିଧାୟକ ପ୍ରତାପ ଦେବ କହିଥିଲେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ୨୦୦୨-୦୩ ଖରିଫ ବର୍ଷରୁ ଧାନ ସଂଗ୍ରହ ବ୍ୟବସ୍ଥାରେ ମଧ୍ୟସ୍ଥି କରିଆସୁଛନ୍ତି। କେନ୍ଦ୍ର ସରକାରଙ୍କ ଅର୍ଥରେ ଏଫ୍‌ସିଆଇ ଧାନ କିଣିଥାଏ। କିନ୍ତୁ ରାଜ୍ୟ ସରକାର କିଣିଥିବା ବଳକା ଧାନକୁ ଏଫ୍‌ସିଆଇ ଉଠାଉନାହିଁ। ଉଦାହରଣ ଦେଇ ସେ କହିଥିଲେ, ଗତବର୍ଷର ୨୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନରୁ ଏଫସିଆଇ ମାତ୍ର ୧୭ ଲକ୍ଷ ମେଟ୍ରିକ୍‌ ଧାନ ନେଲା। ବାକି ତକ ପଡ଼ିରହିଛି। ସେଥିପାଇଁ ରାଜ୍ୟ ସରକାର ବି ଅର୍ଥ ଗଣିଛନ୍ତି। ବିଜେପି ସଭ୍ୟମାନେ ଯାହା ଅଭିଯୋଗ କରୁଛନ୍ତି ସେ କେବଳ ଏକପାଖିଆ ଭାବେ ବିଚାର କରିଚାଲିଛନ୍ତି। କେନ୍ଦ୍ର ସରକାର ଗୋଟିଏ ପଟେ ଡାଆଣି ହୋଲି ଲାଗୁଛନ୍ତି ଗୁଣିଆ ହୋଇ ଝାଡ଼ୁଛନ୍ତି। ଧାନ କିଣାରେ ଖୋଦ କେନ୍ଦ୍ର ସରକାରଙ୍କ ଅବହେଳା କଥା ସେମାନଙ୍କ ଆଖିକୁ ଦିଶୁନାହିଁ। ବଳକା ଧାନ କିଣାଯାଉନି ବୋଲି ଯେଉଁ ଅଭିଯୋଗ ହେଉଛି, ତାହେଲେ ଏହି ପ୍ରଶ୍ନ ଏଫ୍‌ସିଆଇକୁ କାହିଁକି ପଚରାଯାଉନି। କଣ ପାଇଁ ଏଫ୍‌ସିଆଇ ଶୋଇ ରହିଛି? ବଳକା ଧାନ ଉଠାଇବା ପାଇଁ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଦେଖାକରି ବିଜେଡି ସାଂସଦମାନେ ଅନୁରୋଧ କଲେ, ଅଥଚ ଜଣେ ହେଲେ ବି ବିଜେପି ସାଂସଦ ଏହି ପ୍ରତିନିଧିମଣ୍ଡଳିରେ ସାମିଲ ହେଲେନାହିଁ। ଚଳିତ ଖରିଫ ଋତୁରେ ଧାନ କିଣା ବାବଦରେ ଏବେସୁଦ୍ଧା ରାଜ୍ୟ ସରକାର ବ୍ୟାଙ୍କରୁ ଋଣ କରି ୧୦ ହଜାର କୋଟି ଚାଷୀଙ୍କୁ ପ୍ରଦାନ କରିସାରିଲେଣି। କିନ୍ତୁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଟଙ୍କାଟିଏ ବି ଦେଇନାହାନ୍ତି। ଖାଲି ସେତିକି ନୁହେଁ, ପୂର୍ବ ଖରିଫ ବର୍ଷ ବାବଦରେ ଓଡ଼ିଶା ସରକାରଙ୍କର ୭ ହଜାର ୩୪୮ କୋଟି କେନ୍ଦ୍ର ସରକାର ବାକି ରଖିଛନ୍ତି। ରାଜ୍ୟ ସରକାରଙ୍କୁ ଏହି ବକେୟା ପ୍ରଦାନ ପାଇଁ କାହିଁକି ବିଜେପି ବନ୍ଧୁମାନେ କେନ୍ଦ୍ର ଉପରେ ଚାପ ପକାଉନାହାନ୍ତି। ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା ପାଳନ କରନ୍ତି ବୋଲି ଶ୍ରୀ ଦେବ ଦୃଢ଼ ଦାବି କରିଥିଲେ।

 

 

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଏଫସିଆଇର ଧାରା ୧୩ ଅନୁଯାୟୀ ଚାଷୀଠାରୁ ଧାନ କିଣିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ। କିନ୍ତୁ ଓଡ଼ିଶା ସରକାର ମଧ୍ୟସ୍ଥି କରି ଯଦି ଧାନ କିଣା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିପାରୁନାହାନ୍ତି ତାହେଲେ କିଳା କାହିଁକି ନେଉଛନ୍ତି? ଏଥିରୁ ଓହରି ଯାଉନାହାନ୍ତି କାହିଁକି? କଟନି-ଛଟନି ବନ୍ଦ କରିବାକୁ ସମସ୍ତ ମଣ୍ଡିରେ ସିସିଟିଭି ବ୍ୟବସ୍ଥା କରିବାକୁ ଷ୍ଟାଣ୍ଡିଂ କମିଟି ସରକାରଙ୍କୁ ସୁପାରିସ କରିଥିଲା। କିନ୍ତୁ ସରକାର ସିସିଟିଭି ଲଗାଉନାହାନ୍ତି। ଏଥିରୁ ଜଣାପଡ଼ୁଛି ସରକାର କଟନି-ଛଟନିକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଧାନ କିଣାବେଲେ ମିଲ ମାଲିକ ଉପସ୍ଥିତ ରହିବେ ନାହିଁ। କିନ୍ତୁ ଏହି ଆଦେଶର ଖୋଲାଖୋଲି ଉଲଂଘନ ହେଉଛି। ମିଲରମାନେ ମଣ୍ଡିରେ ଉପସ୍ଥିତ ରହୁଛନ୍ତି। କାହିଁକି ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରାଯାଉନି। ଜଳସେଚିତ ଜମିରୁ ୧୯ କ୍ବିଣ୍ଟାଲ ଓ ଅଣଜଳସେଚିତ ଜମିରୁ ଯେଉଁ ୧୩ କ୍ବିଣ୍ଟାଲ ଧାନ କିଣିବାକୁ ନୀତି ନିର୍ଦ୍ଧାରଣ କରିଛନ୍ତି ତାକୁ ଅକ୍ଷରେ ଅକ୍ଷରେ ପାଳନ କରି ମନ୍ତ୍ରୀ ଏ ଗୃହରେ ପ୍ରତିଶ୍ରୁତି ଦିଅନ୍ତୁ ସବୁ ଚାଷୀଙ୍କଠାରୁ ଏହି ପରିମାଣର ଧାନ କିଣାଯିବ।

 

ବିଜେଡି ବିଧାୟକ କିଶୋର ମହାନ୍ତି କହିଥିଲେ, ଛତିଶଗଡ଼ ସରକାର ଏମ୍‌ଏସ୍‌ପିଠାରୁ ଅଧିକ ଦର ଦେଇ ମାତ୍ର ୧୦ କ୍ବିଣ୍ଟାଲ ଧାନ କିଣୁଛନ୍ତି। ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବାକୁ ଏ ଗୃହରେ ସଂକଳ୍ପ ନିଆଯାଇଥିଲା। କିନ୍ତୁ ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ଭେଟିଲେ ନାହିଁ। ଜିଲ୍ଲା ଧାନ ସଂଗ୍ରହ କମିଟି କାର୍ଯ୍ୟକ୍ଷମ ଥିଲାବେଳେ ବି ଧାନ କିଣାରେ ଦୁର୍ନୀତି ହେଉଥିଲା ବୋଲି ଶ୍ରୀ ମହାନ୍ତି କହିଥିଲେ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଜେପି ବିଧାୟକ ମୋହନ ଚରଣ ମାଝୀ, ବିଜେଡି ବିଧାୟକ ଦେବାଶ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ, ନାଉରି ନାୟକ, ବିଜେଡି ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଓ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭାଗ ନେଇଥିଲେ।

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech