କାକଟପୁର ମା ମଙ୍ଗଳାଙ୍କ ମନ୍ଦିରରେ ଅଘଟଣ: ଦୀପ ଜଳାଇବା ବେଳେ ଶାଢ଼ୀରେ ଲଗିଲା ନିଆଁ



ଜେ ବି ଏନ, ୨୩/୦୨ /୨୦୨୧, (ରିପୋର୍ଟ, ମାନସ ରଞ୍ଜନ ସାହୁ), କଟକ/କାକଟପୁର : ଆଜି ସକାଳେ କାକଟପୁର ମା ମଙ୍ଗଳାଙ୍କ ମନ୍ଦିରରେ ଅଘଟଣ ଘଟିଛି l ଘଟଣାରୁ ପ୍ରକାଶ ଯେ ସକାଳେ ଜଣେ ମହିଳା ମା ମଙ୍ଗଳାଙ୍କ ଦର୍ଶନ କରି ବାହାରେ ଦୀପ ଲଗେଇଲା ବେଳେ ତାଙ୍କ ଶାଢୀରେ ନିଆଁ ଲାଗି ଯାଇଥିଲା । ଘଟଣା ସ୍ଥଳରେ ସେବାୟତ ମାନେ ଓ କିଛି ଲୋକ ମିଶି ନିଆଁ କୁ ଆୟତ୍ତ କରିଥିଲେ ଏବଂ ତାଙ୍କୁ ନୂଆ ଶାଢ଼ି ପିନ୍ଧିବାକୁ ଦେଇଥିଲେ l ମହିଳାଙ୍କର କିଛି କ୍ଷତି ହେଇ ନ ଥିବାର ଜଣାପଡିଛି l




