ଓଭରବ୍ରିଜ ଉପରେ ଟ୍ରାକଟର ଚଳାଚଳ ଅନୁମତି ପାଇଁ ଚାଷୀକୂଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଜେ ବି ଏନ, ୨୩/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ସିମିଳିଆ ରେଲୱେ ଓଭରବ୍ରିଜ ଉପରେ ସକାଳ ୮ ଟାରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ କୁ ଜିଲ୍ଲାପାଳ ନିଷେଧ ଘୋଷଣା କରିଛନ୍ତି l ତେବେ ଏ ନେଇ ସିମିଳିଆ ଗ୍ରାମ ଓ ଆଖପାଖର ଚାଷୀ ମାନେ କ୍ଷେତକୁ ଟ୍ରାକଟର ନେଇ ପାରୁ ନାହାନ୍ତି l ପୋଲିସ ସେମାନଙ୍କୁ ଉକ୍ତ ଓଭରବ୍ରିଜ ଉପରେ ଉପରୋକ୍ତ ସମୟରେ ଟ୍ରାକଟର ନେବାକୁ ବାରଣ କରୁଛନ୍ତି l ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ଟ୍ରାକଟର ଟି ଚାଷୀ ମାନଙ୍କ ପାଇଁ ଅତ୍ୟାବଶ୍ୟକ ଯାନ ଓ ଏହା ଭାରିଯାନ ମୁହେଁ l ପୋଲିସ ଜିଲ୍ଲାପାଳଙ୍କ ଆଦେଶକୁ ଭୁଲ ଭାବେ ଉପସ୍ଥାପିତ କରି ଚାଷିଙ୍କୁ ହଇରାଣ ହରକତ କରୁଛି l ତେଣୁ ଏହାର ପ୍ରତିବାଦ ସ୍ଵରୂପ ଆଜି ସେମାନେ ଜିଲ୍ଲାପାଳ ଢେଙ୍କାନାଳ ଙ୍କ ଦ୍ଵାରସ୍ଥ ହୋଇଛନ୍ତି l



