ସାମ୍ବାଦିକ ଙ୍କୁ ହତ୍ୟା ଧମକ ପ୍ରତିବାଦରେ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଜେ ବି ଏନ, ୨୩/୦୨ /୨୦୨୧, (ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ରେ ଭତା ବଣ୍ଟନ ରେ ବ୍ୟାପକ ଅନିୟମିତତା ହେଉଥିବା ସଂକ୍ରାନ୍ତରେ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇବା ପରେ ଅଭିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ରୋହିତ କୁମାର ନାୟକ ଙ୍କ ପୋଷା ଗୁଣ୍ଡା ଯୋଗେଶ୍ୱର ଦାସ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ହତ୍ୟା ଧମକ ଦେବା ଘଟଣା ଙ୍କୁ କେନ୍ଦ୍ରକରି ଓଡିଶା ସାମ୍ବାଦିକ ୟୁନିଅନ ଜଗତସିଂହପୁର ଜ଼ିଲ୍ଲା କମିଟି ପକ୍ଷରୁ ଜ଼ିଲ୍ଲା ସଭାପତି ଶୁଭଙ୍କର ଜେନା ଙ୍କ ନେତୃତ୍ୱ ରେ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଙ୍କ ନିକଟରେ ରେ ଏକ ଅଭିଯୋଗ ପ୍ରଦାନ କରାଯିବା ସହିତ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରାଯାଇଛି !




