ବୃଦ୍ଧାଙ୍କୁ ଶାବଳ ରେ ପିଟି ହତ୍ୟା କଲେ ଯୁବକ ଅଭିଯୁକ୍ତ ଯୁବକ ଗିରଫ

ଜେ. ବି. ଏନ୍ (୨୪/୦୨ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ), ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଥାନା ଅନ୍ତର୍ଗତ ଦ୍ବାରୀ ଗ୍ରାମ ସ୍ଥିତ ପଥରଘାଟ ରାନୀ ସାଗର ଜୋର ଠାରେ ଯୁବକ ଙ୍କ ଶାବଳ ପ୍ରବାହ ରେ ବୃଦ୍ଧା ମହିଳା ମୃତ୍ୟୁ ହୋଇଯାଇଛି । ଘଟଣା ସୁତ୍ର ରୁ ପ୍ରକାଶ ଯେ ଦ୍ବାରୀ ଗ୍ରାମ ର ମଙ୍ଗଳୁ ବାଗ ଘରେ ଭଟଲି ବ୍ଳକ ର ଅସହାୟ ବୃଦ୍ଧା ମହିଳା ରୁକ୍ମଣୀ ବାଗ (୭୯) ଆଶ୍ରମ ନେଇ ଭିକ୍ଷା ମାଗି ପେଟପାଟଣା ଚଳୁଥିଲା । କିନ୍ତୁ ଆଜି ବୁଧବାର ମାଧ୍ଯହ୍ନ ୧ଟାରେ ପଥରଘାଟ ଜୋର ରେ ଜାଲେଣି ସୁଖା କାଠ ସଂଗ୍ରହ କରୁଥିବା ବେଳେ ହଠାତ ସେହି ଗ୍ରାମ ଯୁବକ ଭରାତୁ ଡନସନା (୪୨) ଏକ ଶାବଳ ରେ ବୃଦ୍ଧା ମହିଳା କୁ ପିଟି ପିଟି ମାରିଦେଇଥିବା ମଙ୍ଗଳୁ ବାଗ ଅମ୍ବାଭୋନା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏସଂପର୍କରେ ଗ୍ରାମ ର କେତେ ଜଣ ଯୁବକ ଖଜୁରୀ କନ୍ଦା ଖାଇବାକୁ ଆସିଥିବା ଏ ଘଟଣା ଦେଖି ଗ୍ରାମବାସୀ ଖବର ଦେଇଥିଲେ । ସେଠାରେ ବୃଦ୍ଧା ମହିଳା କୁ ଉଦ୍ଧାର କରି ଆହତ ଅବସ୍ଥାରେ ଏକ ଆମ୍ମୁଲେନ୍ସ ଯୋଗେ ବରଗଡ ସରକାରୀ ଡାକ୍ତରଖାନା ପଠାଇଥିଲେ । କିନ୍ତୁ ଅବସ୍ଥା ଶୋଚନୀୟ ହେତୁ ଡାକ୍ତରଖାନା ରେ ବୃଦ୍ଧା ମହିଳା ର ମୃତ୍ୟୁ ଘୋଷିତ କରିଥିଲେ। ଯୁବକ ବୃଦ୍ଧା ମହିଳା କୁ ମାରି ଦୌଡି ପଲାଉଥିବା ବେଳେ ଗ୍ରାମବାସୀ କାବୁ କରି ପୁଲିସ କୁ ଖବର ଦେଇଥିଲେ । ଅମ୍ବାଭୋନା ପୁଲିସ ଅଧିକାରୀ ଆଳୋକ ବେହେରା ଙ୍କ ନେତୃତ୍ଵରେ ଏଏସଆଇ ରାଜେନ୍ଦ୍ର ସାହୁ ସମେତ ସଦଳବଳେ ଘଟଣାସ୍ଥଳ କୁ ପହଞ୍ଚି କାବୁ କରିଥିବା ଯୁବକ କୁ ଗିରଫ କରିଥିଲେ । ତେବେ ବୃଦ୍ଧା ମହିଳା ହତ୍ୟା କରିବାର କାରଣ ଜଣା ପଡିନାହିଁ । ଏସଂପର୍କରେ ଅମ୍ବାଭୋନା ଥାନା ରେ ମାମଲା ରୁଜୁ ହୋଇ ପୁଲିସ ଘଟଣା ସଂପର୍କରେ ତଦନ୍ତ ଜାରି ରଖିଛନ୍ତି ।



