ଭୁକ୍ତା ସିଏଚସି ରେ ଫାଇଲେରିଆ ନିରାକରଣ ଅଭିଯାନ
ଜେ. ବି. ଏନ୍ (୨୫/୦୨ /୨୦୨୧)ରିପୋର୍ଟ, ବିନୋଦ କୁମାର ନାୟକ, 
ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭା ଗୃହ ଠାରେ ଆଜି ଗୁରୁବାର ଫାଇଲେରିଆ ନିରାକରଣ ଅଭିଯାନ ସକାଶେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପସ୍ଥିତ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଭାରପ୍ରାପ୍ତ ଅଧିକାରୀ ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ହିତାକାଂକ୍ଷୀପ୍ରଧାନ ଫାଇଲେରିଆ ରୋଗ ସଂପର୍କରେ ବ୍ଯାପକ ଜନ ସଚେତନତା ସୃଷ୍ଟି ଦିଗରେ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କ ମୁଖ୍ୟ ଭୂମିକା ରହିଛି ବୋଲି କହିଥିଲେ । ଏହା ସହିତି ଫାଇଲେରିଆ ରୋଗ ର ପ୍ରତିରୋଧ ଓ ନିରାକରଣ ,ଲକ୍ଷଣ ,ସଂକ୍ରମଣ,ରୋଗ ର ଚିହ୍ନଟ ଔଷଧ ସେବନ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସେହିପରି ଅମ୍ବାଭୋନା ବ୍ଳକ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ୧୨ଟି ଉପସ୍ବାସ୍ଥ କେନ୍ଦ୍ର ରେ ୩ ଟି ଆର ଆର ଟି ଟିମ ଗଠନ କରାଯାଇଛି । ନିୟନ୍ତ୍ରଣ କକ୍ଷରେ ଡାକ୍ତର ଟେମରାମ ଦେହେରୀ ଙ୍କ ନେତୃତ୍ଵରେ ୧୪୭ଟି ଔଷଧ ସେବନ କାର୍ଯ୍ଯକ୍ରମ ରେ ୧୨ଟି ସୁପରଭାଇଜର ନିୟୋଜିତ କରାଯାଇଛି ବୋଲି ପିଏଚଇଓ ଗୋବିନ୍ଦ ପଧାନ ସୂଚନା ଦେଇଥିଲେ । ପ୍ରାରମ୍ଭିକ ସୂଚନା ଓ ଉଦ୍ଦ୍ଯେଶ ଜ୍ଞାପନ ବିପିଏମ ଭରତ ଭୂଷଣ ପାତ୍ର । ଏହି ବୈଠକରେ ଫରମାସିଷ୍ଟ ଲିଙ୍ଗରାଜ ପଧାନ ବିଏଏମ ଉମେଶ ପଧାନ,ବିଏନଏଲଡବ୍ଳୁ ଜୟପ୍ରକାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।



