ଭର୍ଚୁଆଲ ମୋଡ୍ ରେ ସୁସ୍ଥ ପରିବେଶ ଓ ସୁସ୍ଥ ଜୀବନ ଉପରେ ଆଲୋଚନା ଚକ୍ର

ଜେ ବି ଏନ, ୨୬/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଆଜି ଭର୍ଚୁଆଲ ମୋଡ୍ ରେ ସୁସ୍ଥ ପରିବେଶ ଓ ସୁସ୍ଥ ଜୀବନ ଉପରେ ଆଲୋଚନା ଚକ୍ର ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀ ସାହୁ ଭର୍ଚୁଆଲ ମୋଡ୍ ରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସୁସ୍ଥ ପରିବେଶ ଗଠନ ପାଇଁ ଅନୁରୋଧ କରିଥିଲେ। ପରିବେଶ ସୁସ୍ଥ ରହିଲେ, ସମାଜ ସୁସ୍ଥ ହେବବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ। କୋଭିଡ୍ ର ଭୟାବହତା ରୁ ଦୂରେଇ ରହିବା ସହିତ ମାକ୍ସ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।
ଭର୍ଚୁଆଲ ମୋଡ୍ ରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ଜଣାଯାଇଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।



