-
ସି ସୋର ଚିଟ୍ ଫଣ୍ଡ ଠକେଇ ମାମଲା

ଜେ ବି ଏନ, ୨୬/୦୨ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ , ୨୬ । ୦୨ : ବହୁ ଚର୍ଚ୍ଚିତ ସି – ସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ କଟକ ସ୍ଵତନ୍ନ ଚିଟ୍ଫଣ୍ଡ ଅଦାଲତ । ଶୁକ୍ରବାର ଦିନ କୋର୍ଟ ସି – ସୋର ଚିଟ୍ଫଣ୍ଡ ସଂସ୍ଥାର ସ୍ମାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ସଂସାର ୧୯୭ ଏକର ଜମି , ୧୩୮୫ ଗ୍ରାମ ସୁନା , ୨ କିଣ୍ଡାଲ ରୂପା ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବ୍ୟାଙ୍କରେ ଜମା ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କା ମଧ୍ୟ ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାଜ୍ୟାପ୍ତ ସଂପତ୍ତିକୁ ସର୍ବସାଧାରଣରେ ନିଲାମ କରିବା ସହ ଏଥିରୁ ମିଳିବାକୁ ଥିବା ଅର୍ଥକୁ ଜମାକାରୀଙ୍କୁ ଫେରାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
ସୂଚନାଯୋଗ୍ୟ, 2012 ରେ ରାଜ୍ୟରେ ଚିଟଫଣ୍ଡ ସାମ୍ନା କୁ ଆସିଥିଲା l ଅଧିକ ସୁଦ୍ଧ ଦେବା ଆଳରେ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲା l ହେଲେ ଜମାକାରୀ ଙ୍କୁ ଅର୍ଥ ଫେରେଇ ନ ଥିଲା ଏହି କମ୍ପାନୀ l ପ୍ରାୟ 500 କୋଟି ରୁ ଅଧିକ ଟଙ୍କା ଠକି ନେଇ ଥିବା ଅଭିଯୋଗ ରହିଛି l 2014 ମସିହା ରୁ ସି ବି ଆଇ ଏହା ର ତଦନ୍ତ କରୁଛି ଏବଂ ଏହି ମାମଲା ରେ ବହୁ ନେତା ମନ୍ତ୍ରୀ ବିଧାୟକ ମଧ୍ଯ ଜେଲର ଦ୍ଵାର ମାଡିଛନ୍ତି।



