କୁକୁଡା ପାଳନ ନାଁ ରେ ବିକ୍ରି ହେଉଛି ଅଣ୍ଡା ଦିଆ ଚିଆଁ
(ସ୍ବାବଲମ୍ବି ମହିଳା ଏକ ପ୍ରହସନ )

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ, (୨୭/୦୨ /୨୦୨୧)
ଅମ୍ବାଭୋନା :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ମହିଳା ମାନଙ୍କୁ ସ୍ବାଭିଲମ୍ବି କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଉଥିବା ବେଳେ ଅମ୍ବାଭୋନା ବ୍ଳକ ରେ କୁକୁଡା ପାଳନ ନାଁ ରେ ଫାର୍ମ ହାଉସ ରେ କୁକୁଡା ଚିଆଁ ବିକ୍ରି ହେଉଥିବା ସାଧାରଣ ରେ ଅଭିଯୋଗ ହେଉଛି । ଗତ ଡିସେମ୍ବର ୧୩ତାରିଖ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୫୦ଜଣ ହିତାଧିକାରୀଙ୍କୁ ୨୫ ଟି ଲେଖାଏଁ ମଗଣା ରେ କୁକୁଡା ଚିଆଁ ପାଳନ ସକାଶେ ଦିଆଯାଇଛି । କିନ୍ତୁ ହିତାଧିକାରୀଙ୍କୁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଗତ କୁକୁଡା ଚିଆଁ ସଂପର୍କରେ ପଚାରିଲେ ଏହାର ସନ୍ତୋଷ ଜନକ ଉତ୍ତର ନ ମିଳି ଘଟଣା ଚପାଇଦିଆଯାଉଥିବା ବୋଲି ଆଜି ଶନିବାର ପ୍ରକାଶପୁର ପ୍ରାଣୀ ଚିକିତ୍ସା କେନ୍ଦ୍ର ଠାରେ ଅଣ୍ଡା ଦିଆ କୁକୁଡା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଛି । ମାଗଣା ଅଣ୍ଟା କୁକୁଡା ଚିଆଁ କୁ ଫାର୍ମ ହାଉସ ରେ ପ୍ରତି କୁକୁଡା କୁ ୩୦ ରୁ ୫୦ଟଙ୍କା ରେ ବିକ୍ରି କରାଯାଉଥିବା ବିଶ୍ବସ୍ତ ସୁତ୍ର ଜଣାପଡିଥିଲା । ଅମ୍ବାଭୋନା ବ୍ଳକ ରେ ମାଗଣା କୁକୁଡା ଚିଆଁ ବଣ୍ଟନ ହିତାଧୀକାରୀ ଚୟନ ରେ ବ୍ଯାପକ ଅନିୟମିତତା ଯୋଗୁଁ ଉପଯୁକ୍ତ ଯୋଗ୍ଯ ହିତାଧୀକାରୀ ଭାବେ ଗରିବ,ଅସହାୟ,ଦରିଦ୍ର ବ୍ଯକ୍ତି ମାନେ ବଞ୍ଚିତ ହେଉଥିବା ବେଳେ ବ୍ଳକ ର ସ୍ବୟଂସହାୟକ ମହିଳା ଗୋଷ୍ଠୀ ଙ୍କ ସଦସ୍ଯ ଙ୍କୁ କୁକୁଡା ଚିଆଁ ବଣ୍ଟନ ରେ ଏକ ପ୍ରହନ ପାଳଟିଛି । ତେବେ ମାଗଣା ଅଣ୍ଟା ଦିଆ କୁକୁଡା ବଣ୍ଟନ କାର୍ଯ୍ୟକ୍ରମ ରେ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ସଚେତନତା କରିଥିଲେ ।

ଅମ୍ବାଭୋନା ବ୍ଳକ ର ପ୍ରକାଶପୁର ଓ ଡୁଙ୍ଗୁରୀ ପ୍ରାଣୀ ଚିକିତ୍ସା ଳୟ ରେ ଅଣ୍ଡା ଦିଆ କୁକୁଡା ଚିଆଁ ବଣ୍ଟନ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ରେ ସର୍ବମୋଟ ୧୯୪୯ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି ବୋଲି ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ ପରିଡା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରେ ଭୌନାତୋରା ପ୍ରାଣୀ ଚିକିତ୍ସା କେନ୍ଦ୍ର ର ଏଲ ଆଇ ମନବୋଧ ଭୋଇ,କୁମ୍ମୋ ଏଲଆଇ ନାରାୟଣ ସୁନାନୀ, କହ୍ନେଇପାଲି ଏଲଆଇ ରବି ମେହେର,ଗୋମିତ୍ର କମଲ ପଟେଲ,ପିଅନ ଜମ୍ବୋବତୀ ପଟେଲ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ କରିଥିଲେ ।




