ଥାନଭେଟ ଅନୁଷ୍ଠିତ

ଜେ ବି ଏନ, ୦୧/୦୩/୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଆଜି ରବିବାର ସୁଙ୍ଗୁଡା ଥାନର ଥାନଭେଟ ପୂର୍ବାହ୍ନ (ସକାଳ) ୦୯ ଘଟିକା ସମୟରେ ଆମ୍ବସୌରୀ ଗ୍ରାମର ବିଷ୍ଣୁଚରଣ ପୃଷ୍ଟି ଙ୍କ୍ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଥାନଭେଟ ରେ ଦ୍ୱାରିକା ନାଥ ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ପୁଟୁଳି ବୈଶ୍ୟ ସମାଜ ର ସଭାପତି ସମ୍ମାନୀୟ ଶ୍ରୀ ଯୁକ୍ତ ରଶ୍ମିକାନ୍ତ ସାହୁ ଉପସ୍ଥିତ ରହି ଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନ ସଂପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପୃଷ୍ଟି ଉପସ୍ଥିତ ରହିଥିଲେ ।ସଭାପତି ଶ୍ରୀ ଯୁକ୍ତ ରଶ୍ମିକାନ୍ତ ସାହୁ ସମାଜ ର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ର ସୂତ୍ର ବତାଈ ସମାଜ ପାଇଁ ମହିଳା ଓ ଯୁବ ଗୋଷ୍ଠୀ ଙ୍କୁ ଆହ୍ୱାନ ଦେଇଥିଲେ । ସୁଙ୍ଗୁଡା ଥାନର ସମସ୍ତ ସଭ୍ୟମାନେ ସଠିକ୍ ସମୟରେ ପହଞ୍ଚି ସମସ୍ତ ସହଯୋଗ କରି ଥାନ ଭେଟକୁ ସଫଳ କରିଥିଲେ । ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ପୁଟୁଳି ବୈଶ୍ୟ ସମାଜ ର ସଭାପତି ସମ୍ମାନୀୟ ଶ୍ରୀ ଯୁକ୍ତ ରଶ୍ମିକାନ୍ତ ସାହୁଙ୍କ ବଳିଷ୍ଠ ନେତୃତ୍ବ ଓ ଦକ୍ଷ ପରିଚାଳନା ଦ୍ବାରା ଅନେକ ସୁଦୂର ପ୍ରସାରି କାର୍ଯ୍ୟ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି । ଜାତିପ୍ରେମୀ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ସାହୁ ଙ୍କ ଅଦମ୍ୟ ଉଦ୍ୟମ ଯୋଗୁ ଁ ସବୁ କାର୍ଯ୍ୟ ଯଥା ସମ୍ଭବ ହୋଇ ପାରି ଥିବାରୁ ସଭାତରଫରୁ ସଭାପତି ସମ୍ମାନୀୟ ଶ୍ରୀ ଯୁକ୍ତ ରଶ୍ମିକାନ୍ତ ସାହୁ ଓ ସମ୍ପାଦକ ଶ୍ରୀ ଯୁକ୍ତ ରବିନ୍ଦ୍ର ନାଥ ସାହୁ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସଭାକାର୍ଯ ସମ୍ପୂର୍ଣ୍ଣ କରାଯାଇଛି ।



