ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ
(ରାଷ୍ଟ୍ରୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ)

ଜେ. ବି. ଏନ୍ (୨୮/୦୨ /୨୦୨୧, ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ ଯାହାକି ଭାରତ ସରକାରଙ୍କ ଅଧୀନ ସାସ୍କୃତି ମନ୍ତ୍ରାଳୟ ତଥା ରାଷ୍ଟ୍ରୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଏକ ଏକଲ ଅଟେ ।ଚଳିତ ବର୍ଷ ଏହି କ୍ଷେତ୍ରରେ ଜାତୀୟ ବିଜ୍ଞାନ ଦିବସ ୨୦୦୧ ଅବସରରେ ଫେବ୍ରୁଆରି ୨୨ ରୁ୨୮ ମଧ୍ୟରେ ବିଭିନ୍ନ ଶିକ୍ଷଣୀୟ ବିସ୍ତାର କାର୍ଯ୍ୟକ୍ରମ ଯଥା :ବିଜ୍ଞାନ ପ୍ରଶ୍ନୋତ୍ତର ଟେଲିସ୍କୋପ ଦ୍ଵାରା ଆକାଶ ଦର୍ଶନ ଖାଦ୍ୟ ଉପରେ ଅନଲାଇନ କର୍ମଶାଳା, ଅନଲାଇନ୍ ସାଇନ୍ସ୍ ଗୋ ଇତ୍ୟାଦି ଆୟୋଯିତ ହୋଇଯାଇଛି ।ଏହି ସହିତ ଫେବ୍ରୁଆରି ୨୭ (ଶନିବାର) ରେ COVID – 19 ମହାମାରୀ ଏକ ବର୍ତ୍ତମାନ ପରିସ୍ଥିତିରେ ଏହାର ପରିଚାଳନା ବିଷୟବସ୍ତୁ ଉପରେ ଡ. ଶ୍ୟାମଳେନ୍ଦୁ ତ୍ରିପାଠୀ, ସହଯୋଗୀ ଅଧ୍ୟାପକ ଶ୍ରୀ ଭାଷାଭି ଇନଷ୍ଟିଚ୍ୟୁଟ ଅଫ ଫାର୍ମାସୀଟିକାଲ , ସାଇନ୍ସେସ୍, ଟାଡେପଲିଗୁଡେମ, ଆନ୍ଧ୍ରପ୍ରଦେଶ ଆଲୋକପାତ କରିଥିଲେ। ଏବ୍ଂ ଅନ୍ତିମ ଦିବସ ତଥା ଫେବ୍ରୁଆରି ୨୮ (ଶନିବାର) ରେ ସି. ଭି. ରମଣଙ୍କ ସ୍ମୃତି ରେ ଆୟୋଯିତ ଏକ ଲୋକପ୍ରିୟ ବ୍ୟାଖ୍ୟାନ କାର୍ଯ୍ୟକ୍ରମ ରେ comunicetting science ବିଷୟ ଉପରେ ପ୍ରଫେସର ଡକ୍ଟର mrinal chatarji, ଆଞ୍ଚଳିକ ନିର୍ଦେଶକ ଭାରତୀୟ ଜନ ସଂଚାର ସଂସ୍ଥାନ (IIMC) ପୁରାତନ କାଳରୁ ମାନବର ଉତ୍ପତ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ କ୍ରମାଗତ ଉନ୍ନତି ଏବ୍ଂ ବର୍ତ୍ତମାନ ପରିବେଶ ରେ ବିଜ୍ଞାନ ସଂଚାର ଓ ମହତ୍ତ୍ୱ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ସହିତ ବୈଜ୍ଞାନିକ ଚିନ୍ତାଧାରା ଓ ବିଜ୍ଞାନ ର ଉପାଦେୟତା ପାଇଁ ସଠିକ ସବ୍ଦ ଜାଲ ର ପ୍ରୟୋଗ ତଥା ନୀତି ନିର୍ମାତାଙ୍କ ସକାରାତ୍ମକ ମନୋଭାବ ଇତ୍ୟାଦି ଉପରେ ଗୁରୁତ୍ୱାରୋପ କରିଥିଲେ। ସାଧାରଣ ଜନତାଙ୍କ ପାଇଁ ସଠିକ ବିଜ୍ଞାନ ସଂଚାର ହିଁ ଏକ ଅମୋଘ ଅସ୍ତ୍ର ଯାହାକି ଏକ ସୁସ୍ଥ ଏବ୍ଂ ଅଗ୍ରଣୀ ସମାଜ ଗଠନର ମୁଖ୍ୟ ଭୂମିକା ଗ୍ରହଣ କରିବା ଉଭୟ କାର୍ଯ୍ୟକ୍ରମ Google net ପ୍ଲାଟଫର୍ମ ରେ ଆୟୋଜନ କରାଯାଇଥିଲା। ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତ ରୁ ଛାତ୍ର ଛାତ୍ରୀ ଓ ଜନସାଧାରଣ ଭାଗ ନେଇଥିଲେ।



