ଦଲାଲ ଓ ଅଫିସର ମାଲେ ମାଲ, ଲୋକଙ୍କ ହାଲ୍ ବେହାଲ୍

ଜେ ବି ଏନ, ୦୧/୦୨ /୨୦୨୧, (ରିପୋର୍ଟ, ବୌଦ୍ଧ ଚରଣ ସାହୁ,ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ) : ବୌଦ୍ଧ ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ଦଲାଲ ଓ ଅଫିସର ମାଲେ ମାଲ ହେବାର ବିଶ୍ଵସ୍ଥ ସୂତ୍ରରୁ ଖବର ମିଳିଛି। ମିଳିଥିବା ଖବର ଅନୁଯାଇ ବୌଦ୍ଧ ଜିଲ୍ଲାର ସମସ୍ତ ଜନସାଧାରଣ ନିଜ ନିଜର ଗାଡି କାଗଜପତ୍ର ପରିବହନ କାର୍ଯ୍ୟାଳୟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଦଲାଲ ମାନଙ୍କ ଦ୍ଵାରା ଶୀକାର ହୋଇ ଠିକ୍ ଭାବରେ ନିଜ ନିଜର କାଗଜପତ୍ର ପାଇପାରୁ ନାହାନ୍ତି ଏବଂ ହଇରାଣ ହରକତ୍ ହେଉଛନ୍ତି । ପରିବହନ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଜାଣି ସୁଣି ଏହା ଚାଲିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି ଏଣୁ ଉର୍ଚ୍ଚ ବିଭାଗୀୟ ଅଧିକାରୀ ତଦନ୍ତ କରିବାକୁ ଜନସାଧାରଣ ରେ ଦାବୀ ହେଉଛି l



