ଶନିବାର ଅନୁଷ୍ଠିତ ହେବ ଶୈଳଶ୍ରୀକ୍ଷେତ୍ର ବାର୍ଷିକ ଅଧୂବେଶନ

ଜେ ବି ଏନ, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ , ତା ୦୪.୦୩.୨୦୨୧ : ଆସନ୍ତା ତା ୦୬.୦୩.୨୦୨୧ ରିଖ ( ଶନିବାର ) ପୂର୍ବାହ୍ନ ୧୧ : ୦୦ ଘଟିକା ସମୟରେ ଶୈଳଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବାର୍ଷିକ ଅଧିବେଶନ – ୨୦୨୧ , ମନ୍ଦିର ଦକ୍ଷିଣ ଦ୍ୱାର ଠାରେ ଅବସ୍ଥିତ ‘ ବେଦ ଭବନ’ରେ ଅନୁଷ୍ଠିତ ହେବା ନିମନ୍ତେ ପରିଚାଳନା କମିଟି ଦ୍ବାରା ସ୍ଥିର କରାଯାଇଛି । ମନ୍ଦିରର ସଭାପତି ତଥା ଜିଲ୍ଲାପାଳ , ଅନୁଗୋଳଙ୍କ ସଭାପତିତ୍ୱରେ ଏହି ଅବେଶନ ପରିଚାଳିତ ହେବ । ଏହି ସମ୍ବାଦକୁ ପରିଚାଳନା କମିଟିର ସୂଚନା ମନେକରି ଉକ୍ତ ଦିନ ନିର୍ଦ୍ଧାରିତ ସମୟରେ ଅଧବେଶନରେ ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିବାକୁ ପରିଚାଳନା କମିଟିର ସମ୍ପାଦକ ଶ୍ରୀ ହେମନ୍ତ କୁମାର ଦାଶ ଦ୍ୱାରା ସମସ୍ତ ଆଜୀବନ ତଥା ବାର୍ଷିକ ସଦସ୍ୟ / ସଦସ୍ୟମାନଙ୍କୁ ସମ୍ବାଦପତ୍ର ମାଧ୍ୟମରେ ଅବଗତ କରାଯାଉଅଛି । ପ୍ରକାଶ ଥାଉକି , ପୂର୍ବରୁ ସଦସ୍ୟ / ସଦସ୍ୟମାନଙ୍କୁ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୭୨ / ତା ୨୭ , ୦୨ , ୨୦୨୧ ରିଖ ଦ୍ବାରା ୦୭.୦୩.୨୦୨୧ ରିଖ ( ରବିବାର ) ଦିନ ଏହି ଅଧିବେଶନ ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ତରଫରୁ ଅବଗତ କରଯାଇଥିଲା । ଅନିର୍ବାଜ୍ୟ କାରଣ ବଶତଃ ରବିବାର ବଦଳରେ ଏହି ଅଧିବେଶନ ଶନିବାର ଦିନ ପୂର୍ବାହ୍ନ ୧୧ : ୦୦ ଘଟିକା ସମୟରେ ବେଦଭବନଠାରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।



