ଡୁଙ୍ଗୁରିଗୁଡାରେ ବସ ବାଇକ ମୁହାଁ ମୁହିଁ ଧକ୍କା ଘଟଣା ସ୍ଥଳରେ ଦୁଇ ମୃତ , ଜଣେ ଗୁରୁତର

ଜେ ବି ଏନ, ୦୪/୦୩/୨୦୨୧, (ରିପୋର୍ଟ, ମହେନ୍ଦ୍ର ଦାସ), ଗୋଲାମୁଣ୍ଡା : ଆଜି କେଗାଁରୁ କେସିଙ୍ଗା ଅଭିମୁଖେ ଯାଉଥିବା ଜୟ ଜଗନ୍ନାଥ ବସ ଡୁଙ୍ଗୁରିଗୁଡା ନିକଟରେ ଏକ ବାଇକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଓ ବାଇକରେ ବସିଥିବା ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ବାଇକରେ ବସିଥିବ ଅନ୍ୟଜଣେ ଛୋଟ ଝିଅ ଗୁରୁତର ଆହତ ହୋଇଥିବା ଜଣାଯାଏ । ଗୁରୁତର ଆହାତକୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଗୋଲାମୁଣ୍ଡା ପୋଲିସ ପହଁଚି ଥିବାଜଣାଯାଏ । ମୃତକ ଦୁହେଁ ସ୍ବାମିି ଓ ସ୍ତ୍ରୀ ହୋଇଥିବା ବେଳେ ସେମାନେ ସ୍ଥାନୀୟ ତୁରେଛଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ବାଗ ଓ ସୁକେସି ବାଗ ହୋଇଥିବେଳେ ଗୁରୁତର ଆହତ ତାଙ୍କ ଝିଅ ସୁପ୍ରିଆ ବାଗ ବୋଲି ଜଣାପଡିଛି ।



