ଢେଙ୍କାନାଳ କପିଳାସ ଜାଗର ଯାତ୍ରା ପାଇଁ ୨ୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଜେ. ବି. ଏନ୍ ୦୪/୦୩ /୨୦୨୧(ସୁଶାନ୍ତ କୁମାର /ଶୁଭମ ପାଣି) ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଜାଗର ଯାତ୍ରା ପାଇଁ ୨ୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳ ଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା, ADMO ଶ୍ରୀ ଶଶାଙ୍କ ଶେଖର ଦାସ, PDDRDA ଶ୍ରୀ ହରେରାମ ବେହେରା ଓ ଉପଜିଲ୍ଲାପାଳ ଉପସ୍ଥିତ ରହିଥିଲେ।
ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ମତବ୍ୟକ୍ତ କରିଥିଲେ ଯେ, କୋଭିଡ ନେଗେଟିଭ୍ ପରୀକ୍ଷା ରିପୋର୍ଟ ଥିବା ଜିଲ୍ଲାର ସମସ୍ତ ଭକ୍ତ ମାନେ କପିଳାସ ମନ୍ଦିର କୁ ଯାଇ ବାବା ଭୋଲେନାଥଙ୍କ ଦର୍ଶନ କରିପାରିବେ, ଜିଲ୍ଲା ବାହାରର କୌଣସି ଭକ୍ତ ଙ୍କୁ କପିଲାସ ମନ୍ଦିର ବାବା ଭୋଳାନାଥ ଙ୍କ ଦର୍ଶନ କରିବାକୁ ମନା କରାଯାଇଛି। ଭକ୍ତ ମାନଙ୍କ କୋଭିଡ ରିପୋର୍ଟ ନିତାନ୍ତ ଜରୁରୀ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଛନ୍ତି। ଭୋଗ କ୍ଷେତ୍ରରେ ପଲିଥିନ୍ ସମ୍ପୂଣ୍ଣ ନିଷେଧ ଓ କାଗଜରେ ଭୋଗ ଯାଇପାରିବ, କୋଭିଡ ନିୟମ ଅନୁଯାୟୀ ଜିଲ୍ଲା ର ଭକ୍ତ କପିଳାସ ବାବା ଙ୍କ ଦର୍ଶନ କରିପାରିବେ। ଦିବା ୧୧ ଘଣ୍ଟିକା ସମୟରେ ଏହି ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଥିଲା।



