ଦ୍ଵିତୀୟ ଫେଷ୍ଟିଭାଲ ଅଫ କଲଚର୍ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜେ. ବି. ଏନ୍, (୦୬/୦୩/ ୨୦୨୧, ବିନୋଦ କୁମାର ନାୟକ/ଶୁଭମ ପାଣି ) ଢେଙ୍କାନାଳ ::ଢେଙ୍କାନାଳ ଜିଲ୍ଲା ର ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେଲ୍ଫ ହେଲପ୍ ଓ ସଂସ୍କୃତ ମନ୍ତ୍ରଣାଳୟ ଭାରତ୍ ସରକାରଙ୍କ ସହଯୋଗରେ ଦ୍ଵିତୀୟ ଫେଷ୍ଟିଭାଲ ଅଫ କଲଚର୍ ସାସ୍କୃତିକ କାର୍ଯ୍ୟକ୍ରମଟି କୋଭିଡ – ୧୯ ର ସମସ୍ତ ନିୟମାବଳୀ କୁ ଅବଲମ୍ବନ କରି ଶ୍ରୀ ସୁଶାନ୍ତ କୁମାର ପାଣିଙ୍କ ପରିଚାଳନାରେ ସୁଚାରୁରୂପେ ସମ୍ପାଦନ କରାଯାଇଥିଲା। ଶିଶୁ କଳାକାରଙ୍କର ପ୍ରତିଭା ଓ ପ୍ରଚେଷ୍ଟା ରୁ ଆହୁରି ପ୍ରଚାର ପ୍ରସାର କରିବା ନିମନ୍ତେ ସ୍ଥାନୀୟ କଳା ପ୍ରଶିକ୍ଷଣ ଅନୁଷ୍ଠାନ ର ଉପସ୍ଥିତ ଗୁରୁ ଙ୍କର ପ୍ରଗାଢ଼ ପ୍ରଚେଷ୍ଟା କୁ ଉତ୍ସାହିତ କରିବା ଏବ୍ଂ ସହଯୋଗ କରିବା ପାଇଁ ସେଲ୍ଫ ହେଲପ୍ ସଦା ସର୍ବଦା ଉଦ୍ୟମରତ। ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଶ୍ରୀ ଭିକାରୀ ଚରଣ ରାଉତ, ଅବସର ପ୍ରାପ୍ତ ଜଜ (ସିବିଆଇ) ସମ୍ମାନୀୟ ଅତିଥି ଶ୍ରୀ ପ୍ରତାପ କୁମାର ଆଚାର୍ଯ୍ୟ, ଅଧ୍ୟକ୍ଷ ଶିଶୁ କଲ୍ୟାଣ ସମିତି ଢେଙ୍କାନାଳ, ଶ୍ରୀ ରଞ୍ଜିତ ରେଡି ମୂଳା, ସହଯୋଗୀ ନେହେରୁ ଯୁବ କେନ୍ଦ୍ର, ଢେଙ୍କାନାଳ ଶ୍ରୀ ଶତୃଘ୍ନ ମାଟି, ବିଶଷ୍ଟ ନିର୍ଦେଶକ ଓ ଅଭିନେତା ଅତିଥିଭାବେ ଯୋଗଦେଇଥିଲେ। ଓଡ଼ିଶାର କଳା ସଂସ୍କୃତିର ବିକାଶ ଦିଗରେ ବିଭିନ୍ନ ଆଲୋଚନା କରିଥିଲେ। ଶିଶୁ ପ୍ରତିଭା ଶାଳୀ କଳାକାରଙ୍କ ଉତ୍ସାହ ଦେବା ସହିତ ସେଲ୍ଫ ହେଲପ୍ ଅନୁଷ୍ଠାନର କ୍ଷୁଦ୍ର ଚେଷ୍ଟା କୁ ସମ୍ମାନ କରିଥିଲେ। ଏହି ସମାରୋହରେ ଶ୍ରୀ ବଦ୍ରିନାରାୟଣ ମିଶ୍ର, ଜାଦୁଗର ସୁଶ୍ରୀ ନୀହାରିକା ମିଶ୍ର ସଙ୍ଗୀତ ଗୁରୁଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦିପ୍ତି ମଇ ମିଶ୍ର, ସମସ୍ତ ଅତିଥି ବୃନ୍ଦ, ଅଭିଭାବକ, ଶିଶୁକାଳର, ଅନୁଷ୍ଠାନର କର୍ମକର୍ତ୍ତା, ସହଯୋଗୀ ତଥା ଲାଇଟ୍, ମାଇକ ସାଉଣ୍ଡ, କ୍ୟାମେରା ମ୍ୟାନ ଏବ୍ଂ ଗଣମାଧ୍ୟମ ର ସମସ୍ତ ବ୍ୟକ୍ତି ମାନଙ୍କୁ ସର୍ବ ଶେଷରେ ଧନ୍ୟବାଦ ଜଣାଇଥିଲେ।




